ଅର୍ଜୁନ୍ କୁହନ୍ତି ଯେ , ମଲାଇକା ସୁଇଟ୍ ଟୁଥ୍ ଅଟନ୍ତି । ତାଙ୍କୁ କିଛି ବି ମିଠା ଦେଇ ଦିଅ,ସେ ବହୁତ୍ ଖୁସିରେ ଖାଆନ୍ତି । ଏଥିପାଇଁ ତାଙ୍କ ପାଇଁ କିଛି ମିଠା ପ୍ରସ୍ତୁତ କରିବା । ଏହା ସହିତ ମଲାଇକା ଫିଟ୍ ରହିବାକୁ ପସନ୍ଦ କରନ୍ତି ଏବଂ ହେଲ୍ଦି ଡାଏଟ୍ ପାଇଁ ସବୁବେଳେ ଫକୋସ୍ କରନ୍ତି । ଏହା ସହିତ ଅର୍ଜୁନ୍ ଏକଥା ମଧ୍ୟ କହିଛନ୍ତି ଯେ, ସେ ଯାହା ବି ମିଠା ପ୍ରସ୍ତୁତ କରିବେ, ତାହା ହେଲ୍ଦି ହେବ ।
ପ୍ରକାଶ ଥାଉକି, ଅଭିନେତା ଅର୍ଜୁନ୍ କପୁର ଏବଂ ଅଭିନେତ୍ରୀ ମଲାଇକା ଆରୋରା ଦୁହେଁ ନିଜ ରିଲେସନସିପକୁ ଅନେକ୍ ଦିନ ଧରି ସିକ୍ରେଟ ରଖିଛନ୍ତି । ହେଲେ ସୋସିଆଲ ମିଡିଆରେ ସେମାନଙ୍କର ଫଟୋ,ପୋଷ୍ଟ,ଡିନର ଡେଟ୍ସ୍ ଏସବୁ ଦେଖିବା ପରେ , ଫ୍ୟାନ୍ସମାନେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିବା ଅନ୍ଦାଜ୍ ଲଗାଉଛନ୍ତି ।