ସେପଟେ ସୁଶାନ୍ତଙ୍କ ବାପା ଏତଲା ଦେବାର କିଛି ସମୟ ପରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବୟାନ ମିଳିଛି । ସେ ଜଣେ ସାମ୍ବାଦିକଙ୍କ ଟ୍ୱିଟ୍ରେ ରିଟ୍ୱିଟ୍ କରି ନିଜର ମନ୍ତବ୍ୟ ଦେଇଛନ୍ତି ।
କଙ୍ଗନା ନିଜ ଟ୍ୱିଟ୍ରେ ଲେଖିଛନ୍ତି, ‘ରିୟା ପୂର୍ବ 6 ମାସ ହେଲା ସୁଶାନ୍ତଙ୍କ ସହ ଥିଲେ । ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁର 2 ଦିନ ପୂର୍ବରୁ ରିୟା ମନୋବିଜ୍ଞାନୀ ଭାବେ ମହେଶ ଭଟ୍ଟଙ୍କୁ ଆପଣାଇଥିଲେ । ଖୁସି ହେଉଛି ଯେ ଏବେ ଏହି ମାମଲାର ଭଲ ଭାବେ ଯାଞ୍ଚ ହେବ ।’
ସୂଚନାଯୋଗ୍ୟ, ସୁଶାନ୍ତଙ୍କ ସୁଇସାଇଡ୍ ଏବେବି ସସପେନ୍ସ ଘେରରେ ରହିଛି । ମାମଲାକୁ ମାସେ ବିତିସାରିଥିବା ବେଳେ ମୁମ୍ବାଇ ପୋଲିସ ତଦନ୍ତ ଜାରି ରଖିଛି । ଏବେସୁଦ୍ଧା 40 ଜଣଙ୍କ ବୟାନ ରେକର୍ଡ କରିସାରିଛି ପୋଲିସ ।