ଏନସିବି ସୂତ୍ର ଅନୁଯାୟୀ, ଶାହରୁଖ୍ ଖାନ ତାଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ସହ ଫୋନରେ କଥା ହୋଇଛନ୍ତି । ଆର୍ଯ୍ୟନଙ୍କ ଗିରଫଦାରୀ ପରେ, ଆଇନଗତ ପ୍ରକ୍ରିୟାରେ ଏନସିବି ତାଙ୍କର ଲ୍ୟାଣ୍ଡଲାଇନ ଫୋନରୁ ଆର୍ଯ୍ୟନଙ୍କୁ ତାଙ୍କ ବାପାଙ୍କ ସହ ମାତ୍ର ୨ ମିନିଟ କଥା ହେବାକୁ ଦେଇଥିଲେ । ଏହାପରେ ପୁଣି ତାଙ୍କର ପଚରାଉଚୁରା ଜାରି ରହିଛି ।
ତେବେ ଏନସିବିର ପଚରାଉଚୁରା ପରେ ଜଣା ପଡିଛି ଯେ, ଆର୍ଯ୍ୟନ ପାଖାପାଖି ୪ ବର୍ଷ ଧରି ଡ୍ରଗ୍ସ ସେବନ କରୁଛନ୍ତି । କେବଳ ଭାରତ ନୁହେଁ , ଭାରତ ବାହାରେ ମଧ୍ୟ ସେ ଡ୍ରଗ୍ସ ସେବନ କରିଛନ୍ତି । ଆର୍ଯ୍ୟନ୍ ସହ ଧରାପଡିଥିବା ତାଙ୍କ ବନ୍ଧୁ, ଅରବାଜ୍ ପ୍ରାୟ ୧୫ ବର୍ଷ ଧରି ସାଙ୍ଗ ହୋଇଥିଲେ ।