ତେବେ ଆସିଫ୍ ବାଶ୍ରାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ, ତାକୁ ନେଇ ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଏହାର ଖୋଳତାଡ ଜାରି ରଖିଛି । ପ୍ରାଥମିକ ତଦନ୍ତରୁ ଆଶଙ୍କା କରାଯାଉଛି ଯେ,ସେ ଆତ୍ମହତ୍ୟା କରି ଥାଇପାରନ୍ତି । ଯଦି ଆତ୍ମହତ୍ୟା ତେବେ ଏହାର କାରଣ ସମ୍ପର୍କରେ ତଦନ୍ତ ଜାରି ରହିଥିବା କହିଛି ଧର୍ମଶାଳା ପୋଲିସ୍ ।
ଅମରାବତୀରୁ ମୁମ୍ବାଇ ଆସି ୧୯୮୯ରେ ଥିଏଟର୍ କଳାକାର ଭାବେ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ ସେ । ବ୍ଲାକ୍ ଫ୍ରାଇଡେ, ଜବ୍ ଉଇ ମେଟ୍, ଏହା ସହିତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହିତ କାଇ ପୋ ଚେ ଆଦି ଅନେକ ହିଟ୍ ସିନେମାରେ ଅଭିନୟର ଯାଦୁ ଦେଖାଇଥିଲେ ଅଭିନେତା ଆସିଫ୍ ବାଶ୍ରା । ତାଙ୍କ ଅଭିନୀତ ଶେଷ ଚଳଚିତ୍ର ଥିଲା ଦି ତାସ୍କେଣ୍ଟ ଫାଇଲ୍ ।