ଅନ୍ୟପଟେ ତାଙ୍କ ଝିଅ ଏ ବାବଦରେ ସୂଚନା ଦେଇ କହିଛନ୍ତି ଯେ, ‘ବପ୍ପି ଲାହିରୀ ସବୁବେଳେ କରୋନା ଗାଇଡଲାଇନ୍ ପାଳନ କରୁଥିଲେ ଏବଂ ସାବଧାନ୍ ରହୁଥିଲେ । ହେଲେ ଏହା ପରେ ମଧ୍ୟ ସେ କରୋନା ସଂକ୍ରମିତ ହୋଇଛନ୍ତି ‘ । ଏହା ସହିତ ସେ କହିଛନ୍ତି ଯେ, ତାଙ୍କ ବୟସକୁ ଦୃଷ୍ଟିରେ ରଖି ପରିବାର ସଦସ୍ୟ ତାଙ୍କୁ ହସ୍ପିଟାଲରେ ରଖିବାର ନିଷ୍ପତି ନେଇଛନ୍ତି ।
ସେ ଏକଥା ମଧ୍ୟ କହିଛନ୍ତି ଯେ, ଖୁବ୍ ଶୀଘ୍ର ବପ୍ପି ଲାହିରୀ ସୁସ୍ଥ ହୋଇ ଫେରିବେ । ତାଙ୍କୁ ଭଲପାଉଥିବା ସମସ୍ତ ଫ୍ୟାନ୍ସମାନଙ୍କୁ ସେ ଧନ୍ୟବାଦ୍ ଜଣାଇଛନ୍ତି । ସେମାନଙ୍କର ପ୍ରାର୍ଥନା ଏବଂ ଭଲପାଇବା ପାଇଁ । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ନିଜ ନିଜର କରୋନା ଟେଷ୍ଟ କରାଇବାକୁ ନିବେଦନ୍ କରିଛନ୍ତି ।