ଭାରତୀ ଗିରଫ୍ ହେବାପରେ ଟ୍ୱିଟର ୟୂଜର୍ସମାନେ ତାଙ୍କୁ ନେଇ ଅନେକ କଥା କହିବା ଆରମ୍ଭ କରି ଦେଇଛନ୍ତି । ତାଙ୍କର ଏକ ଟ୍ୱିଟ୍ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଲୋକମାନଙ୍କୁ ଡ୍ରଗ୍ସ ନନେବା ପାଇଁ ଅପିଲ୍ କରୁଥିଲେ । ତାଙ୍କର ଏହି ଟ୍ୱିଟକୁ ନେଇ ସୋସିଆଲ ମିଡିଆ ୟୂଜର୍ସମାନେ ତାଙ୍କୁ ଏବେ ଖୁବ୍ ଟ୍ରୋଲ କରୁଛନ୍ତି ।
ଭାଇରାଲ ହେଉଥିବା ଭାରତୀଙ୍କ ଟ୍ୱିଟରେ ଲେଖା ହୋଇଛି ଯେ, ‘ ପ୍ଲିଜ୍ ଡ୍ରଗ୍ସ ଲେନା ବନ୍ଦ କରେ,ୟେ ଆପକେ ସେହତ୍ କେ ଲିୟେ ହାନିକାରକ୍ ହେ #SayNoToDrugs' । ପ୍ରକାଶ ଥାଉକି,ଭାରତୀ ସିଂ’ଙ୍କ ଏହି ଟ୍ୱିଟ୍ ହେଉଛି ୨୦୧୫ରେ କରାଯାଇଥିବା ଟ୍ୱିଟ୍ ।
ଜଣେ ସୋସିଆଲ ମିଡିଆ ୟୂଜର୍ସ ଏହି ଟ୍ୱିଟ୍ ସେୟାର କରି ଲେଖିଛନ୍ତି ଯେ, ‘ ୫ ବର୍ଷ ପୂର୍ବରୁ ଭାରତୀ ଡ୍ରଗ୍ସକୁ ନେଇ ଲୋକଙ୍କୁ ସଚେତନ କରୁଥିଲେ । ଠିକ୍ ସେହିପରି ଆଉ ଜଣେ ୟୂଜର୍ସ ଲେଖିଛନ୍ତି, ‘ ଏହି ଟ୍ୱିଟ୍ ପ୍ରମାଣ କରୁଛି ଭାରତୀ ହେଉଛନ୍ତି ସତରେ ଜଣେ କମେଡିଆନ୍’ ମସ୍ତ ଜୋକ୍ ମାରିଛନ୍ତି । ଏହି ପରି ଅନେକ ୟୂଜର୍ସ ଭିନ୍ନ ଭିନ୍ନ ପ୍ରକାର କଥା କହି ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି ।
ସୂଚନାଯୋଗ୍ୟ : ଗତକାଲି ଭାରତୀ ସିଂ ଓ ତାଙ୍କ ସ୍ୱାମୀଙ୍କ ଘରେ ଏନ୍ ସି ବି ରେଡ୍ କରି ୮୬.୫ ଗ୍ରାମ ଗଞ୍ଜେଇ ଜବଦ କରିଥିଲା । ଏହାପରେ ଭାରତୀ ସିଂ ଓ ପରେ ପରେ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ପୋଲିସ୍ ଗିରଫ୍ କରିଛି । (ସୌଜନ୍ୟ –Google)