ଅନୁପମ ଖେର ଏକ୍ସରେ କହିଛନ୍ତି ଯେ, ସେ 'ତାନଭି ଦି ଗ୍ରେଟ୍' ନାମକ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ଆଉ ସେ କହିଛନ୍ତି ଆଜି ମୋର ଜନ୍ମଦିନରେ ମୁଁ ଖୁସିରେ ଫିଲ୍ମର ନାମ ଘୋଷଣା କରିଛି (ତାନଭି ଦି ଗ୍ରେଟ୍) ଯାହା ମୁଁ ନିର୍ଦ୍ଦେଶନା ଦେବାକୁ ଯାଉଛି। ତାନଭି ଦି ଗ୍ରେଟ୍ ହେଉଛି ଏକ ସଂଗୀତ କାହାଣୀ ଉପରେ ଆଧାରିତ । ସେ ଗତ କିଛି ବର୍ଷ ଧରି ଉତ୍ସାହ ସହ ସୁଖରେ ଏହି ସଂଗୀତ କାହାଣୀ ଉପରେ କାର୍ଯ୍ୟ କରୁଛନ୍ତି । ଶେଷରେ ମହାଶିବତ୍ରୀଙ୍କ ଶୁଭ ଦିନରେ ଆସନ୍ତାକାଲିଠାରୁ ସୁଟିଂ ଆରମ୍ଭ ହେବ।
ପୂର୍ବରୁ 2002ରେ ଅନୁପମ ଖେର୍ ଙ୍କର 'ଓମ ଜୟ ଜଗଦୀଶ' ନାମକ ଏକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରଟି ତିନି ଭାଇଙ୍କ କାହାଣୀ ଥିଲା । ଯାହାର ଚରିତ୍ରରେ ଅନିଲ କପୁର୍, ଫର୍ଦ୍ଦିନ ଖାନ ଏବଂ ଅଭିଷେକ ବଚ୍ଚନ ଅଭିନୟ କରିଥିଲେ । ମହିମା ଚୌଧୁରୀ, ଉର୍ମିଲା ମାତୋଣ୍ଡକର ଏବଂ ତର ଶର୍ମା ଅଭିନୟ କରିଥିଲେ । ଅନେକ ପ୍ରଶଂସା ମଧ୍ୟ ସାଉଁଟିଥିଲେ ।
ଆହୁରି ପଢନ୍ତୁ ମନୋରଞ୍ଜନ ଖବର...