ଅର୍ଗସ ବ୍ୟୁରୋ: ଦିଓ୍ୱାନା କରୁଛନ୍ତି ମସ୍ତାନୀ ବାଇ। ବଲିଉଡର ଆଗ ଧାଡିର ହିରୋଇନମାନଙ୍କ ମଧ୍ୟରୁ ଦୀପିକା ହେଉଛନ୍ତି ଜଣେ । ଏବେ ନିଜର ଲୁକକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ।ବର୍ତ୍ତମାନ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୨ରେ ଜରୀ ହେବାର ସୁଯୋଗ ମିଳିଛି। ଦୀପିକା ରେଡ୍ କାର୍ପେଟ୍ରେ ଏଣ୍ଟ୍ରି କରି ନିଜର ଜଲୱା ଦେଖାଉଛନ୍ତି। କେତେବେଳେ ଲାଲ୍ ଗାଉନ୍ ତ ଆଉକେତେବେଳେ ଶାଢୀ ପ୍ରତିଦିନ ତାଙ୍କର ନୂଆ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଫଟୋଗ୍ରାଫରମାନେ ତାଙ୍କ ଫ୍ୟାଶନ୍ ଆଇକନ୍ ଅନ୍ଦାଜ୍ଙ୍କୁ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି। ଯାହାକୁ ଦେଖି ଦୀପିକାଙ୍କ ଫ୍ୟାନ୍ସମାନେ ମଧ୍ୟ ଦିଓ୍ୱାନା ହୋଇଯାଇଛନ୍ତି। ଦୀପିକାଙ୍କ ଏହି ଲୁକ୍ ଦେଖିବା ପରେ ସେ ରେଡ୍ କାର୍ପେଟ୍ରେ ଚର୍ଚ୍ଚା ଆରମ୍ଭ ହୋଇଛି।
ନିକଟରେ ଦୀପିକା ତାଙ୍କର ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ରୟାଲ୍ ଲୁକ୍ରେ ନଜର ଆସିଛନ୍ତି । ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଏହି ଫଟୋ ଗୁଡ଼ିକରେ ଦୀପିକା ଏକ ଧଳା ରଫଲ୍ ଶାଢୀରେ ବହୁତ ସୁନ୍ଦର ଦେଖିବାକୁ ମିଳିଛନ୍ତି।
ଦୀପିକା ତାଙ୍କର ଏହି ଶାଢୀରେ ବୋଲ୍ଡ ବ୍ଲାଉଜ୍ ତିଆରି କରିଛନ୍ତି । ଏହା ବ୍ୟତୀତ ଦୀପିକା ଧଳା ମୋତିର ଏକ ଭାରୀ ଗହଣା ପିନ୍ଧିଛନ୍ତି । ଦୀପିକାଙ୍କ ଏହି ଲୁକ୍ ଦେଖିବା ପରେ ସେ ରେଡ୍ କାର୍ପେଟ୍ରେ ଚର୍ଚ୍ଚା ଆରମ୍ଭ ହୋଇଛି। କାହିଁକି ନା ସେ ଏହି ପୋଷାକରେ କୌଣସି ଅପସରା ଠାରୁ କମ୍ ଦେଖାଯାଉ ନାହାନ୍ତି।
ସୂଚନାଯୋଗ୍ୟ ଯେ ଦୀପିକାଙ୍କ ଏହି ପୋଷାକକୁ ପ୍ରସିଦ୍ଧ ଡିଜାଇନର ଅବୁ-ଜାନି-ସନ୍ଦୀପ୍ ଖୋସଲା ଡିଜାଇନ୍ ଦେଇଛନ୍ତି।