ଅର୍ଗସ ବ୍ୟୁରୋ: ବଲିଉଡର ବରିଷ୍ଠ ଅଭିନେତା ଆମିର ଖାନ ଏକ ବିଜ୍ଞାପନକୁ ନେଇ ବିବାଦରେ ଫସିଯାଇଛନ୍ତି। ବିଜ୍ଞାପନଟି ଏକ ଘରୋଇ ବ୍ୟାଙ୍କର ସେଥିରେ ତାଙ୍କ ସହ ଅଭିନେତ୍ରୀ କିଆରା ଆଡଭାନୀ ବି ସାଥିରେ ନଜର ଆସୁଛନ୍ତି। ବିଜ୍ଞାପନରେ ଆମିର-କିଆରା ନବବିବାହିତ ଦମ୍ପତି ହୋଇଛନ୍ତି। ସେଥିରେ ବିବାହ ପରେ କନ୍ୟାଙ୍କ ଗୃହପ୍ରବେଶ ବଦଳରେ ଘର ଜ୍ବାଇଁ ଭାବେ ଆମିର ଗୃହ ପ୍ରବେଶ କରୁଥିବା ଦେଖାଯାଉଛି। ଏହି ବିଜ୍ଞାପନକୁ ନେଇ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର୍ର କଡ଼ା ଆପତ୍ତି ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ଏମିତି ବିଜ୍ଞାପନ ଦ୍ବାରା ଭାବନା ଆହତ ହୋଇଥାଏ। ଆମିରଙ୍କୁ ଏଥିଲାଗି ଅନୁମତି ନାହିଁ। ମୋ ପାଖକୁ ଅଭିଯୋଗ ଆସିଥିଲା। ଯେତେବେଳେ ମୁଁ ଏହି ବିଜ୍ଞାପନ ଦେଖିଲି ମୋତେ ବି ଭୂଲ ଲାଗିଲା। ଭାରତୀୟ ପରମ୍ପରା ଓ ରୀତିନୀତିକୁ ଧ୍ୟାନରେ ରଖି ହିଁ ଆମିର ବିଜ୍ଞାପନ କରନ୍ତୁ ବୋଲି ମୋର ଅନୁରୋଧ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।