ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଦୀପିକା ପାଦୁକୋନ। ଏଥର ଚର୍ଚ୍ଚା ତାଙ୍କର ନୂଆ ଫିଲ୍ମକୁ ନେଇ। ଖୁଶୀଘ୍ର ସିଂଘମ-୩ରେ ନଜର ଆସିବେ ଦୀପିକା। ଲେଡି ସିଂଘମ୍ ଭାବେ ପରଦାକୁ ଓହ୍ଲାଇବେ ଦୀପିକା ପାଦୁକୋନ। ଯେଉଁ ଖବର ପରେ ତାଙ୍କ ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ‘ସିଂଘମ’ ସିରିଜର ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ନିଜେ ଏହି ଖୁଲାସା କରିଛନ୍ତି।
ସେ କହିଛନ୍ତି, ‘ଅପକମିଙ୍ଗ ସିଂଘମ୍’ ଫିଲ୍ମରେ ଲେଡି ସିଂଘମ ଭାବେ ନଜର ଆସିବେ ଦୀପିକା। କୁହା ଯାଉଛି ସିଂଘମ ଏଗେନ୍ରେ ମୁଖ୍ୟ କଳାକାର ଭାବେ ନଜର ଆସିବେ ଅଜୟ ଦେବଗନ। ଅଜୟ ଓ ଦୀପିକାଙ୍କୁ ପୁଲିସ ଭୂମିକାରେ ଏକାଠି ପରଦାରେ ଦେଖିବା ବେଶ ମଜାଦାର ହେବ। ଆସନ୍ତା ବର୍ଷ ଏହି ଫିଲ୍ମର ସୁଟିଂ ହେବ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।