ଏହି ଫାଇଟିଙ୍ଗ ସଟର ନିର୍ଦେଶନା ଦେଉଛନ୍ତି ବଲିଉଡ ର ହିଟ ଫିଲ୍ମ କାଶ୍ମୀର ଫାଇଲ ର ନିର୍ଦେଶନା ଦେଇଥିବା ଅଜିଜ ଜାଫର । ସେ ଏହି ନୂଆ ଓଡ଼ିଆ ଫିଲ୍ମର ଆକ୍ସନ ର ନିର୍ଦେଶନା ଦେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି । ସେହିପରି ଓଡ଼ିଆ ଫିଲ୍ମ ଦମନ ର ପ୍ରଡୁସର ଭାବେ କାର୍ଯ୍ୟ କରିଥିବା ଜିତେନ୍ଦ୍ର ସାମଲ ଏହି ନୂଆ ଓଡ଼ିଆ ଫିଲ୍ମ ଅନଭୂମି ର ମଧ୍ୟ ପ୍ରଡୁସର ଭାବେ କାର୍ଯ୍ୟ କରୁଛନ୍ତି ।ସେ କହିଛନ୍ତି ଏହି ନୂଆ ଓଡ଼ିଆ ଫିଲ୍ମ ଅନଭୂମିର କାହାଣୀ ଚାଷୀ ମାନଙ୍କ ସଂଘର୍ଷ କୁ ନେଇ ଏହି ଫିଲ୍ମ ନିର୍ମିତ କରାଯାଉଛି ।
ଓଡିଶା ମନୋରଞ୍ଜନ ଖବର ଅଧିକ ପଢ଼ନ୍ତୁ
ଚାଷୀର ସଂଘର୍ଷ କାହାଣୀ ଅନ୍ନଭୂମି

ଅର୍ଗସ ବ୍ୟୁରୋ: ନୂଆ ଓଡ଼ିଆ ଫିଲ୍ମ ଅନ୍ନଭୂମିର ସୁଟିଂ ଚାଲିଛି ଭଦ୍ରକ ଜିଲ୍ଲାରେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଛି ଏହି ଫିଲ୍ମ ର ସୁଟିଂ । ଜେପି ମୋସନ ପିକ୍ଚର ପ୍ରଡ଼ୋକ୍ସନ ର ପ୍ରଥମ ଫିଲ୍ମ ଦମନ ହିଟ ହେବା ପରେ ଏବେ ଦ୍ୱିତୀୟ ଫିଲ୍ମ ଭାବେ ଅନ୍ନଭୂମି ଫିଲ୍ମ ର ସୁଟିଂ ଆରମ୍ଭ ହୋଇଛି । ବିଜୟ କୁମାର ପାତ୍ର ଙ୍କ ଜେପି ମୋସନ ପ୍ରୋଡକ୍ସନର ଦ୍ୱିତୀୟ ଫିଲ୍ମ ଅନ୍ନଭୂମିର ସୁଟିଂ ସେଟରେ ପହଞ୍ଚିଥିଲା ଅର୍ଗସ ଟିମ । ଏହି ନୂଆ ଓଡ଼ିଆ ଫିଲ୍ମର ସୁଟିଂ ଏବେ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଦୀର୍ଘ 7 ଦିନ ଧରି ସୁଟିଂ ଚାଲିଛି । ସହରର ଉପକଣ୍ଠ ବାଉଦପୁର ଠାରେ କିଛି ଦିନ ଫିଲ୍ମ ସୁଟିଂ ହେବା ପରେ ଆଜି ତିହିଡି଼ ବ୍ଲକର ଗୁଆମାଳ ପଞ୍ଚାୟତର ଗୁଆମାଳ ବଜାରରେ ଚାଲିଛି ଏହି ଫିଲ୍ମର ଫାଇଟିଙ୍ଗ ସଟ ର ସୁଟିଂ ।
Download Argus News App
