ନୂଆଦିଲ୍ଲୀ: ଆଭେଞ୍ଜର୍ସ- ଏଣ୍ଡ ଗେମ୍ ପାଇଁ ସିନେମା ହଲ୍ରେ ଲାଗୁଛି ପ୍ରବଳ ଭିଡ଼ । ଟିକେଟ ମିଳିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ଅନ୍ୟପଟେ ମାର୍ଭେଲ ବ୍ୟାନରରେ ଅନ୍ୟ ଏକ ଫିଲ୍ମ ଖୁବଶୀଘ୍ର ଆସିବାକୁ ଯାଉଛି । ସ୍ପାଇଡରମ୍ୟାନ୍-ଫାର୍ ଫ୍ରମ୍ ହୋମ ଜୁଲାଇରେ ସିନେମା ହଲ୍କୁ ଆସିବ ।
ସିନେମାର ଲିଡ୍ ଆକ୍ଟର ସ୍ପଏଲରଙ୍କୁ ନେଇ ଚେତାବନୀ ଦେବା ସିନେମା ଇତିହାସରେ ବୋଧହୁଏ ପ୍ରଥମ । ହଁ ଆଜ୍ଞା ସ୍ପାଇଡରମ୍ୟାନ୍-ଫାର୍ ଫ୍ରମ୍ ହୋମର ଟ୍ରେଲର ରିଲିଜ ହୋଇଛି । ଏହି ଟ୍ରେଲରର ପ୍ରଥମରେ ସ୍ପାଇଡରମ୍ୟାନ୍ ଅର୍ଥାତ ଟମ୍ ହଲାଣ୍ଡ କିଛି ଜରୁରି ସନ୍ଦେଶ ଦେଉଥିବା ଦେଖିବାକୁ ମିଳୁଛି ।
ସେ କହିଛନ୍ତି, ‘ଯଦି ଆପଣମାନେ ଏଯାଏଁ ଆଭେଞ୍ଜର୍ସ- ଏଣ୍ଡ ଗେମ୍ ଦେଖି ନାହାନ୍ତି ତେବେ ଏହି ଟ୍ରେଲର ଦେଖିବାର ଦୁଃସାହସ କରନ୍ତୁନି । କାରଣ ଏଥିରେ ବହୁ ଧ୍ୱଂସକାରୀ(ସ୍ପଏଲର) ମାନେ ଅଛନ୍ତି । ଯଦି ଆଭେଞ୍ଜର୍ସ- ଏଣ୍ଡ ଗେମ୍ ଦେଖିଛନ୍ତି ତେବେ ଟ୍ରେଲର ଦେଖନ୍ତୁ ।’
