୨୦୧୨ ମସିହାରେ ଆଲିଆ ଭଟ୍ଟ କରନ୍ ଜୋହାରଙ୍କ ଫିଲ୍ମ’ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ ମାଧ୍ୟମରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ ।
ଏକ ଇଣ୍ଟରଭ୍ୟୁରେ ଆଲିଆ କହିଥିଲେ ଯେ, ଯେତେବେଳେ ସେ ପାଖାପାଖି ୩ ବର୍ଷ ବୟସର ଥିଲେ , ସେତେବେଳେ ତାଙ୍କର ଜୁଗଲ ହଂସରାଜଙ୍କ ପ୍ରତି ପ୍ରେମ ହୋଇଥିଲା । ଜୁଗଲଙ୍କୁ ସେ ବହୁତ୍ ପସନ୍ଦ କରୁଥିଲେ । ଯେତେବେଳେ ସେ ପ୍ରଥମ ଥର ପାଇଁ ଜୁଗଲଙ୍କୁ ଦେଖିଥିଲେ , ସେତେବେଳେ ତାଙ୍କର କହିବା ଏକଦମ୍ ବନ୍ଦ ହୋଇଯାଇଥିଲା । ସେତେବେଳେ ଜୁଗଲ ମହେଶ ଭଟ୍ଟଙ୍କ ଫିଲ୍ମ ‘ପାପା କେହେତେ ହେ’ର ସୁଟିଂ କରୁଥିଲେ । ଏହି ସମୟରେ ଦିନେ ସେ ମହେଶ ଭଟ୍ଟଙ୍କ ସହିତ ତାଙ୍କ ଘରକୁ ଆସିଥିଲେ । ସେ ତାଙ୍କ ଘରକୁ ଆସି’ଘର୍ ସେ ନିକଲ୍ତେ ହି କୁଛ୍ ଦୂର୍ ଚଲ୍ତେ ହି’ ଗୀତ ଗାଇଥିଲେ । ତାଙ୍କର ଏହି ଗୀତ ଶୁଣି ଆଲିଆ ଲାଜରେ ପରଦା ପଛରେ ଲୁଚି ରହିଥିଲେ ।
ଆଲିଆ ଭଟ୍ଟଙ୍କ ଫିଲ୍ମ କ୍ୟାରିୟର କଥା କହିବାକୁ ଗଲେ, ସେ ଆଜି ପର୍ଯ୍ୟନ୍ତ ଗୋଟେ ପରେ ଗୋଟେ ସିନେମା ଦର୍ଶକଙ୍କୁ ଭେଟ୍ଟି ଦେଉଛନ୍ତି । ସେ ତାଙ୍କ ଅଭିନୟ ମାଧ୍ୟମରେ ସବୁବେଳେ ଦର୍ଶକଙ୍କ ହୃଦୟ ଜିତିବାକୁ ଚେଷ୍ଟା କରନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।