ଜାହ୍ନବୀ କପୁର ଥରେ କରନ୍ ଜୋହରଙ୍କ ଚାଟ୍ ଶୋ’ରେ କହିଥିଲେ ଯେ, ଥରେ ତାଙ୍କୁ ପୁଅ ପିଲାଙ୍କ ଗେଟ୍ଅପ୍ ନେବାକୁ ପଡିଥିଲା । ଏଥିପାଇଁ ତାଙ୍କୁ ବହୁତ୍ ପରିଶ୍ରମ ମଧ୍ୟ କରିବାକୁ ପଡିଥିଲା । ଏସବୁ ସେ ତାଙ୍କର ଜଣେ ସାଙ୍ଗଙ୍କ ପାଇଁ କରିଥିଲେ । ପ୍ରକୃତରେ ତାଙ୍କୁ ତାଙ୍କ ସାଙ୍ଗଙ୍କର ସାହାଯ୍ୟ କରିବା ପାଇଁ ଏସବୁ କରିବାକୁ ପଡିଥିଲା । ଏବଂ ଅନ୍ୟ ଜଣେ ପୁଅଙ୍କୁ ଜେଲସ୍ ଫିଲ୍ କରାଇବାକୁ ଏସବୁ କରିଥିଲେ । ଏଥିରେ ସଫଳ ମଧ୍ୟ ହୋଇଥିଲେ ଜାହ୍ନବୀ । ଏଥିରୁ ଏ କଥାର ଅନ୍ଦାଜ ଲଗାଯାଇପାରେ ଯେ, ଜାହ୍ନବୀଙ୍କ ଭିତରେ ଛୋଟବେଳୁ ଆକ୍ଟିଙ୍ଗର ନିଶା ରହିଛି ।
ତେବେ ଜାହ୍ନବୀ କପୁର ୨୦୧୮ରେ ଫିଲ୍ମ’ଧଡକ’ ମାଧ୍ୟମରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଗୋଟେ ପରେ ଗୋଟେ କାମ କରି ଚାଲିଛନ୍ତି । ଏବେ ତାଙ୍କ ପାଖରେ ଆଉ କିଛି ପ୍ରୋଜେକ୍ଟସ୍ ମଧ୍ୟ ରହିଛି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।