‘ୟେ ରିସ୍ତା କ୍ୟା କେହେଲାତା ହୈ’ ସିରିଏଲର ଅକ୍ଷରା ଚରିତ୍ର ମାଧ୍ୟମରେ ଲୋକଙ୍କ ହୃଦୟ ଜିତିପାରିଥିଲେ । ଏହାସହ ଖତରୋ କେ ଖିଲାଡି, ବିଗ୍ ବସ୍ ପରି ବଡ ବଡ ସୋ ମଧ୍ୟ କରିଥିଲେ ହିନା ଖାନ। ନିକଟରେ ହିନା ଷ୍ଟେଜ୍ ୩ ସ୍ତନ କର୍କଟ ରୋଗ ସହ ସଂଘର୍ଷ କରୁଥିବା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ । ଏହି ଖବର ତାଙ୍କ ଫ୍ୟାନ୍ସଙ୍କୁ ବଡ଼ ଝଟକା ଦେଇଥିଲା ।ଆଉ ,ବେ ହିନା ନିଜେ କେଶ କାଟୁଥିବାର ଭିଡିଓ ସେୟାର କରିଛନ୍ତି। ଅଧିକାଂଶ ବ୍ୟକ୍ତିଙ୍କ ପାଇଁ କେଶ ମୁକୁଟ ସଦୃଶ ଯାହାକୁ ସୋମାନେ କେବେ କାଟିବାକୁ ଚାହାଁନ୍ତି ନାହିଁ ।
ଏଭଳି କଠିନ ସଂଘର୍ଷ ସମୟରେ ବି ଆମକୁ ନିଜ ଗୌରବ, ନିଜ ମୁକୁଟ ହରାଇବାକୁ ପଡ଼ିଥାଏ । ଆପଣ ଜିତିବାକୁ ଚାହୁଁଥିଲେ ଏଭଳି କଠିନ ନିଷ୍ପତ୍ତି କରିବାକୁ ପଡ଼ିଥାଏ ।’ ବୋଲି ହିନା ଖାନ କହିଛନ୍ତି। ଏହାସହ ଫ୍ୟାନ୍ସମାନେ କହିଛନ୍ତି ହିନା ଖାନ ଖୁବ ଷ୍ଟ୍ରଙ୍ଗ। ସେ ଖୁବ ଶୀଘ୍ର ଭଲ ହୋଇ ପୁଣି ଥରେ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିବା ପାଇଁ ଆସିବେ । ସମସ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି ବୋଲି ମେସେଜ କରିଛନ୍ତି। ,ଭଳି ଖବର ପରେ ହିନା ମଧ୍ୟ ନିଜକୁ ଆହୁରି ଷ୍ଟ୍ରଙ୍ଗ ଅନୁଭବ କରୁଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: