ସୋସିଆଲ ମିଡିଆରେ ୟୂଜର୍ସ ମାନେ ଏହାକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି । ପ୍ରକାଶ ଥାଉକି, ଏଥର ବିଶେଷ ଅତିଥି ଭାବରେ ଆଶା ଭୋସଲେ ଶୋ’ରେ ପହଞ୍ଚିଥିଲେ, ଯେଉଁଠାରେ ପ୍ରତିଯୋଗୀମାନେ ତାଙ୍କ ସାମ୍ନାରେ ପରଫରମାନ୍ସ କରିଥିଲେ ଏବଂ ଆଶା ଭୋସଲେଙ୍କ ଗୀତ ଗାଇଥିଲେ।
ମୁମ୍ବାଇ: ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ ୧୨ ଆରମ୍ଭ ହେବା ପରଠାରୁ, ଚର୍ଚ୍ଚା ପରିସରରରେ ରହି ଆସିଛି । ଏହି ଶୋ’ ମାଧ୍ୟମରେ ପ୍ରତିଯୋଗୀ ମାନେ ନିଜ ନିଜର ଗାୟନ ଶୈଳୀରେ ବିଚାରକ ଏବଂ ଦର୍ଶକଙ୍କୁ ବିମୋହତ କରୁଛନ୍ତି । ତେବେ ନିକଟରେ ଏହି ଶୋ’ରୁ ସଓ୍ବାଇ ଭଟ୍ଟ ବାହାର ହୋଇଥିଲେ । ଯାହାକୁ ନେଇ ନିରାଶ ହୋଇଥିଲେ ଦର୍ଶକ । ଠିକ ସେମିତି, ଏବେ ଶୋ’ରୁ ବାହାର ହୋଇଛନ୍ତି ଆଶିଷ କୁଲକର୍ଣ୍ଣୀ । ଟପ ୬ ରେ ସେ ସାମିଲ ହେବାରୁ ବଞ୍ଚିତ ହୋଇଛନ୍ତି । କମ୍ ଭୋଟ ଯୋଗୁଁ ସେ ଶୋ’ରୁ ବାହାର ହୋଇଛନ୍ତି । ଏହାକୁ ନେଇ ତାଙ୍କ ଫ୍ୟାନ୍ସ ନିରାଶ ହୋଇଛନ୍ତି । କେବଳ ତାଙ୍କ ଫ୍ୟାନ୍ସ ନୁହଁନ୍ତି ବରଂ ଏହି ଶୋ’ର ଅନ୍ୟ ପ୍ରତିଯୋଗୀ ମାନେ ମଧ୍ୟ ବେଶ ଦୁଃଖ ପ୍ରକାଶ କରିଛନ୍ତି ।
ବିଚାରକ ମାନେ ଆଶିଷଙ୍କୁ ଶୋ’ରୁ ବାହାର ହେବାର ଘୋଷଣା କରିବା ପରେ, ତାଙ୍କ ସାଥି ମାନେ କାନ୍ଦିବାରେ ଲାଗିଥିଲେ । ଖାସକରି, ପ୍ରତିଯୋଗୀ ସନମୁଖପ୍ରିୟା, ସୟାଲି କାମ୍ବଲେ ଅତ୍ୟନ୍ତ ଭାବପ୍ରବଣ ହୋଇ ଯାଇଥିଲେ । ଦୁହେଁ ଆଶିଷଙ୍କୁ ଆଲିଙ୍ଗନ କରି ଜୋରରେ କାନ୍ଦିଥିଲେ ।