ଖୁବ୍ କମ୍ ବୟସରେ ବିବାହ କରିଥିଲେ ଲକ୍ଷ୍ମୀ । ସେତେବେଳେ ସେ ଦଶମ ଶ୍ରେଣୀ ଯାଏଁ ପାଠ ପଢିଥିଲେ । କିନ୍ତୁ ତାଙ୍କର ପଢିବାର ନିଶା ଏତେ ଥିଲା ଯେ, ବିବାହ ପରେ ମଧ୍ୟ ସେ ଶିକ୍ଷାକୁ ନିଜଠାରୁ ଦୂରେଇ ପାରିନଥିଲେ । ବିବାହ ପରେ ସେ ତାଙ୍କର ଗ୍ରାଜୁଏସନ୍ ପୁରା କରିଥିଲେ । ମା ହେବା ପରେ ମଧ୍ୟ ଆତ୍ମନିର୍ଭର ହେବାର ସ୍ୱପ୍ନ, ତାଙ୍କୁ କେବେବି ରୋକି ପାରିନଥିଲା । ସେ ନିଜର ପରିଶ୍ରମ ଜାରି ରଖିଥିଲେ । ନିଜକୁ ସଶକ୍ତ କରିବାର ନିଶା ତାଙ୍କୁ ଆଜି କେବିସିର ମଂଚରେ ପହଁଚାଇ ପାରିଛି ।
ବିଗ୍ବି ଅମିତାଭ୍ ବଚ୍ଚନ୍ ମଧ୍ୟ ଲକ୍ଷ୍ମୀଙ୍କ ସଂଘର୍ଷ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ । ଏହା ପରେ ସେ ଲକ୍ଷ୍ମୀଙ୍କର ପ୍ରଶଂସା କରିବା ସହିତ, ସମସ୍ତଙ୍କୁ ସନ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ଯେବେ ପର୍ଯ୍ୟନ୍ତ ଜୀବନ ଅଛି, ସେ ପର୍ଯ୍ୟନ୍ତ ଜ୍ଞାନ ପ୍ରାପ୍ତି କରିବା ଆବଶ୍ୟକ ।
ଲକ୍ଷ୍ମୀ ୧୨ ଲକ୍ଷ ୫୦ ହଜାର ଟଙ୍କା ଜିତି ସାରିଛନ୍ତି । ପ୍ରୋମରେ ଅଭିତାଭ୍ ବଚ୍ଚନ୍ ତାଙ୍କୁ ୨୫ ଲକ୍ଷ ଟଙ୍କାର ଏକ ପ୍ରଶ୍ନ ପଚାରୁଥିବା ଦେଖିବାକୁ ମିଳୁଛି । ସେ ତାଙ୍କର ଜ୍ଞାନ ବଳରେ କେତେ ଟଙ୍କାର ଧନରାଶି ଜିତି ପାରୁଛନ୍ତି, ତାହା ଦେଖିବା ପାଇଁ ସମସ୍ତେ ବେଶ ଉତ୍ସାହିତ ଅଛନ୍ତି ।