‘କହିବିନି ତତେ ଆଇ ଲଭ୍ ୟୁ’ ଶୀର୍ଷକରେ ତିଆରି ହେଉଛି ଏକ ନୂତନ ଓଡିଆ ଚଳଚିତ୍ର । ପ୍ରଥମ ଥର ପାଇଁ ଏହି ଚଳଚିତ୍ର ମାଧ୍ୟମରେ ନାୟକ ଭୂମିକାରେ ନଜର ଆସିବେ ଲୁବୁନ୍ । ସୂଚନା ଅନୁଯାୟୀ, ଉକ୍ତ ଚଳଚିତ୍ରର ସୁଟିଂ ଏବେ ଶେଷ ପର୍ଯ୍ୟାୟରେ ପହଁଚି ସାରିଛି । ଏଥିରେ ଲୁବୁନଙ୍କ ନାୟିକା ଭୂମିକାରେ ନଜର ଆସିବେ ସୋନା (ମୁମ୍ବାଇ) । ଏଥିସହିତ ଚଳଚିତ୍ରଟି ୨୦୨୧ ରେ ମୁକ୍ତିଲାଭ କରିବା ନେଇ ସୂଚନା ରହିଛି ।
ତିତ୍ଲି ପ୍ରଡକ୍ସନ୍ ଓ ଏଲ୍ଟି ପ୍ରଡକ୍ସନର ମିଳିତ ସହଯୋଗରେ ପ୍ରସ୍ତୁତ ହେଉଥିବା ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି , ଲୁବୁନ୍-ଟୁବୁନ୍ ଏବଂ ଏହାର ପ୍ରଯୋଜନା କରିଛନ୍ତି ପ୍ରୀତିଶ ମହାନ୍ତି । ବୈଦ୍ୟନାଥ ଦାଶ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତେବେ ତାଙ୍କର ଏହି ଆଗାମୀ ସିନେମାକୁ ନେଇ ସମସ୍ତେ ବେଶ ଆଶାବାଦୀ ।