ଯେତେବେଳେ ଉଭୟଙ୍କର ଏନଗେଜମେଣ୍ଟ ହୋଇଥିଲା, ସେତେବେଳେ ନାଗା ଚୈତନ୍ୟଙ୍କ ଫ୍ୟାନମାନଙ୍କୁ ଏକପ୍ରକର ଝଟକା ଲାଗିଥିଲା । ତେବେ ପ୍ରଥମ ଥର ପାଇଁ ସେମାନେ ବିବାହ ପରେ ଗଣମାଧ୍ୟମରେ ନିଜର ଲଭଷ୍ଟୋରୀ ଶେୟାର କରିଛନ୍ତି । ପ୍ରଥମେ ଉଭୟଙ୍କର ସମ୍ପର୍କ ଆରମ୍ଭ ହୋଇଥିଲା ଇନଷ୍ଟାଗ୍ରାମରୁ । ସେତେବେଳେ ଶୋଭିତା ମୁମ୍ବାଇରେ ରହୁଥିଲେ ଏବଂ ନାଗା ଚୌତନ୍ୟ ହାଇଦ୍ରାବାଦରେ ରହୁଥିଲେ ।
ଉଭୟଙ୍କ ମଧ୍ୟରେ କିଛିଦିନର ଟେକ୍ଟିଂ ମେସେଜ ପରେ ସୋଭିତାଙ୍କୁ ଲଞ୍ଚ ଡେଟରେ ନେବାପାଇଁ ମୁମ୍ବାଇ ପହଞ୍ଚିଥିଲେ ନାଗା । ଯାହାକୁ ନେଇ ଶୋଭିତା କୁହନ୍ତି, ସେହି ମୂହୁର୍ତ୍ତ ଖୁବ ଚାର୍ମିଂ ଥିଲା । ସେତେବେଳେ ନାଗା ଟିକେ ଓଲ୍ଡ ସ୍କୁଲ ଟାଇପ୍ସର ଥିଲେ । ଏବଂ ଏହାକୁ ନେଇ ନାଗା କହିଥିଲେ, ମତୋ ପ୍ରଥମରୁ ହିଁ ସୋସିଆଲ ମିଡିଆରେ କଥାହେବା ପସନ୍ଦ ନୁହେଁ । ମୁଁ ମେସେଜରେ ଏତେ କଥା ହୋଇପାରେନି । ଏହାପରେ ନାଗା ଏବଂ ଶୋଭିତା ଏକ ଇଭେଣ୍ଟରେ ପୁଣି ଭେଟ ହୋଇଥିଲେ । ଯେଉଁଥିରେ ଶୋଭିତା ଏକ ରେଡ ଡ୍ରେସ ଏବଂ ନାଗା ଏକ ବ୍ଲୁ ସୁଟ୍ରେ ନଜର ଆସିଥିଲେ । ଏବଂ ବାକି ଜିନିଷ ହିଷ୍ଟ୍ରି ବୋଲି କହିଥିଲେ ସୋଭିତା ।
ଏହା ପରେ ସେମାନଙ୍କର ପ୍ରଥମ ଟ୍ରିପ ଥିଲା କର୍ଣ୍ଣାଟକର ବନ୍ଦୀପୁର ନେସନାଲ ପାର୍କ । ଏହି ଟ୍ରିପ ପରେ ଉଭୟଙ୍କ ଭିତରେ ବଣ୍ଡିଂ ଆହୁରି ଷ୍ଟ୍ରଙ୍ଗ ହୋଇଥିଲା ଏବଂ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ସୋଭିତା କୁହନ୍ତି ଉଭୟଙ୍କର ପ୍ରକୃତି ଭିନ୍ନ ଥିବାରୁ ଉଭୟ ଉଭୟଙ୍କୁ ଜାଣିବା ପାଇଁ ବେଶି ଇଚ୍ଛୁକ ଥିଲେ । ୨୦୨୨ରେ ଉଭୟ ପରସ୍ପରକୁ ଡେଟିଂ କରିବା ଆରମ୍ଭ କରିଥିଲେ । ଆଉ ଡିସେମ୍ବରରେ ଉଭୟ ବିବାହରେ ବାନ୍ଧି ହୋଇଥିଲେ । ନାଗା ଏବଂ ସାମନ୍ଥାଙ୍କ ଡିଭୋର୍ସର ଗୋଟେବର୍ଷ ପରେ ହିଁ ଉଭୟଙ୍କ ଲଭଷ୍ଟୋରୀ ଆରମ୍ଭ ହୋଇଥିଲା ।