ଛତିଶାନିଯୋଗ ବୈଠକରେ ପ୍ରସ୍ତୁତ ନୀତିନିର୍ଘଣ୍ଟ ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଦ୍ବିତୀୟ ଭୋଗମଣ୍ଡପ ପରେ ଆରମ୍ଭ ହୋଇଛି ଭିତର ଭଣ୍ଡାର ମରାମତି କାମ । ଜିଲ୍ଲା ଟ୍ରେଜେରୀରୁ ରତ୍ନଭଣ୍ଡାର ଚାବି ଶ୍ରୀମନ୍ଦିର ନୀତି ପ୍ରଶାସକ ନେଇଥିବାବେଳେ ମରାମତି କାମର ଅନୁଧ୍ୟାନ କରିଥିଲେ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଓ ପୁରୀ ଏସପି । ଆସନ୍ତା ତିନିମାସ ଭିତରେ ଭିତର ରତ୍ନଭଣ୍ଡାର ମରାମତି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଆଇନମନ୍ତ୍ରୀ ।
ମରାମତି ସମୟରେ ଭକ୍ତମାନେ ବାହାର କାଠରୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ବ ଦିଆଯାଇଛି । ଆସନ୍ତାକାଲି ମହାପ୍ରଭୁଙ୍କ ଦିବାପହୁଡ ନୀତି ପାଇଁ ମରାମତି କାର୍ଯ୍ୟ ବନ୍ଦ ରହିବ।