ଏହି ଟେଲିଭିଜନ ଅଭିନେତ୍ରୀ ଯିଏ 2 ବର୍ଷରୁ ଅଧିକ ସମସ୍ତଙ୍କ ହୃଦୟରେ ରାଜ୍ କରିଥିଲେ । ଏପରିକି ସଲମାନଙ୍କ ମା' ଓ ବାପାଙ୍କର ଖୁବ ପ୍ରିୟ ଥିଲେ । ସେ ହେଉଛନ୍ତି ସନାୟା ଇରାନୀ ।
ସନାୟା ଇରାନୀ ଥରେ ସଲମାନ ଖାନଙ୍କ ସୋ ବିଗ୍ ବସ୍ 7 ରେ ଏହାର ଗ୍ରାଣ୍ଡ୍ ଫାଇନାଲ୍ ରେ ତାଙ୍କ ସୋ ରଙ୍ଗରସିଆକୁ ପ୍ରମୋଟ୍ କରିବାକୁ ଆସିଥିଲେ । ଅଭିନେତ୍ରୀ ସଲମାନ ଖାନଙ୍କ ସହ ଖୁବ ମଜା କରିଥିଲେ ।
ସନାୟା ଇରାନୀ ଫହାନା ଚଳଚ୍ଚିତ୍ରରେ ମେହବୁବା ଭାବରେ କାଜୋଲଙ୍କ ସହ ଅଭିନୟ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ଆମୀର ଖାନ ମଧ୍ୟ ଅଭିନୟ କରିଥିଲେ ଏବଂ ବକ୍ସ ଅଫିସରେ ଏକ ବଡ଼ ହିଟ୍ ହୋଇଥିଲା । ଏହା ପରେ ସେ ଟେଲିଭିଜନରେ ପ୍ରବେଶ କରିବା ପୂର୍ବରୁ ଶାହରୁଖ ଖାନ ଏବଂ ଅନ୍ୟମାନଙ୍କ ସହ ଅନେକ ବିଜ୍ଞାପନ କରିଥିଲେ । ଏହା ପରେ ସେ ଲେଫ୍ଟ ରାଇଟ୍ 'ସୋ' ରେ ଡେବ୍ୟୁ କରିଥିଲେ । ଏବଂ କସମ୍ ସେ, ମିଲେ ଜବ୍ ହମ୍ ତୁମ୍ ଭଳି ଅନ୍ୟ ହିଟ୍ ସୋ’ ରେ ଅଭିନୟ କରିଥିଲେ । କିନ୍ତୁ ଇସ୍ ପ୍ୟାର୍ କୋ କ୍ୟା ନାମ ଦୁଁ ସୋ ରେ ତାଙ୍କୁ ଖୁବ ସୁନାମ ମିଳିଥିଲା ।
ଆଉ ଏହି ସୋ ରେ ସଲମାନଙ୍କ ମାଆ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରୁଥିଲେ । ଆଉ ଏହି କଥା ସଲମାନ ସନାୟାଙ୍କୁ ବିଗ୍ ବସ୍ ସେଟ୍ ରେ ଜଣାଇଥିଲେ । ଯାହା ଶୁଣି ସନାୟା ଲାଜେଇ ଯାଇଥିଲେ ।