ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଦୁଭାର୍ଗ ଯେ ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଗତ ୧୦ ଦିନ ଧରି ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ନିବେଦନ ସେମାନେ ନିଜ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ ‘ ।
କରୋନା ସଂକ୍ରମିତ ହେଲେ ଅଭିନେତା ପରେଶ ରାୱଲ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି । ଯାହାକୁ ନେଇ ସମସ୍ତଙ୍କ ଚିନ୍ତା ବଢି ଯାଇଛି । ନିକଟରେ ବଲିଉଡରେ କରୋନାର ପ୍ରଭାବ ବେଶ ପଡିଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଅନେକ୍ କଳାକାର କରୋନା ସଂକ୍ରମିତ ହୋଇଛନ୍ତି । ତେବେ ଏହି ଲିଷ୍ଟରେ ଏବେ ସାମିଲ ହୋଇଛନ୍ତି ଅଭିନେତା ପରେଶ ରାୱଲ । ସେ କରୋନା ସଂକ୍ରମିତ ହୋଇଛନ୍ତି । ସେ ତାଙ୍କ ଟ୍ୱିଟର ଆକାଉଂଟରେ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି । ହେଲେ ଏଥିରେ ସବୁଠାରୁ ବଡ କଥା ହେଉଛି, କିଛି ଦିନ ପୂର୍ବରୁ ପରେଶ ରାୱଲ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ଲଗାଇଥିଲେ । କିନ୍ତୁ ଏହାପରେ ମଧ୍ୟ ଏବେ ସେ କରୋନା ସଂକ୍ରମିତ ହୋଇଛନ୍ତି ।
୨ ଧଳାଜହର ବେପାରି ଗିରଫ

ଭଦ୍ରକ : ରାଜ୍ୟରେ ବଢି ଚାଲିଛି ନିଶା କାରବାର। ପ୍ରତ୍ୟେକ ଦିନ ଧଳାଜହର କାରବାରରେ କେହି ନା କେହି ବେପାରି ଗିରଫ ହେଉଛନ୍ତି । ଭଦ୍ରକ ଡାହାଣୀ ଗଢିଆ ଛକରୁ ୨୦ଗ୍ରାମ ବ୍ରାଉନସୁଗାର ଜବତ ହେବା ସହ ୨ଗିରଫ ହୋଇଛନ୍ତି । ଚେକିଂ ସମୟରେ ଦୁଇଜଣ ବ୍ୟକ୍ତି ବିନା ହେଲମେଟରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା।
ତେବେ ପଚରାଉଚରା କରିବା ସମୟର
Download Argus News App
