ବିଭିନ୍ନ ଆପ୍ ଜରିଆରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ତଥା ବିତରଣ ଅଭିଯୋଗରେ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୧୯ରେ ମୁମ୍ବାଇ ପୁଲିସ ଗିରଫ କରିଥିଲା। ଏହା ପରେ ତାଙ୍କୁ ଜୁଲାଇ ୨୩ ଏବଂ ପରେ ଜୁଲାଇ ୨୭ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଯାଇଥିଲା । ଆଜି ତାଙ୍କର ହେପାଜତର ଅବଧି ସରୁଥିବା ବେଳେ ପୁଣିଥରେ ତାଙ୍କୁ ୧୪ଦିନ ପାଇଁ ପୁଲିସ ହେପାଜତକୁ ପଠାଯାଇଛି ।
ମଙ୍ଗଳବାର ଦିନ ରାଜ କୁନ୍ଦ୍ରାଙ୍କ ଓକିଲ ଜାମିନ ଆବେଦନ କରି ଅଦାଲତକୁ କହିଥିଲେ ଯେ, ତଦନ୍ତ ଶେଷ ହୋଇଛି । ଏବେ ରାଜ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରାଯାଉ । ହେଲେ ମାଜିଷ୍ଟ୍ରେଟ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ । ଏପର୍ଯ୍ୟନ୍ତ ରାଜଙ୍କଠାରୁ ସମ୍ପୂର୍ଣ୍ଣ ତଥ୍ୟ ମିଳିନଥିବାରୁ ତାଙ୍କ ହେପାଜତର ଅବଧିକୁ ପୁଣି ବଢାଯାଇଥିବା ଜଣାପଡ଼ିଛି ।
ଆପଣଙ୍କୁ କହିରଖୁଛୁ ଯେ ଚଳିତ ବର୍ଷ ଫେବୃଆରୀରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ସମ୍ମୁଖରେ ଅଶ୍ଳୀଳ ର୍ୟାକେଟ ମାମଲା ରୁଜୁ କରାଯାଇଥିଲା। ଯେତେବେଳେ କ୍ରାଇମ ବ୍ରାଞ୍ଚ ଜାଣିବାକୁ ପାଇଲା ଯେ ଏହି ମାମଲାର ଷ୍ଟ୍ରିଙ୍ଗ ପ୍ରସିଦ୍ଧ ବ୍ୟବସାୟୀ ତଥା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ଜଡିତ, ତା ପରେ ଏହା ତଦନ୍ତ ଆରମ୍ଭ କରାଯାଇଥିଲା । ପାଞ୍ଚ ମାସର ଅନୁସନ୍ଧାନ ପରେ କ୍ରାଇମ ବ୍ରାଞ୍ଚ ଦୃଢ ପ୍ରମାଣ ପାଇଲା ଯାହା ଆଧାରରେ ରାଜଙ୍କୁ ଗିରଫ କରାଯାଇଥିଲା।