ଅର୍ଗସ ବ୍ୟୁରୋ: ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ବମ୍ବେ କର୍ତ୍ତୃପକ୍ଷଙ୍କ ଏକ ଅଭିନବ କାର୍ଯ୍ୟାନୁଷ୍ଠାନ ଏବେ ଚର୍ଚ୍ଚାକୁ ଆସିଛି । ଏହାର ଖାଦ୍ୟ ନୀତି ପରିବର୍ତ୍ତନ ପାଇଁ ଦାବି କରୁଥିବା ଛାତ୍ରଙ୍କ ଉପରେ କର୍ତ୍ତୃପକ୍ଷ 10 ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ଆଇଆଇଟି ବମ୍ବେ ଛାତ୍ରାବାସ ମେସ୍ ରେ ନିରାମିଷ ଖାଇବା ପାଇଁ ଭିନ୍ନ ଟେବୁଲ ରହିଛି । ଏହି ଟେବୁଲରେ ଆମିଷ ଖାଇବାକୁ ଜିଦ୍ ରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଛାତ୍ରଙ୍କୁ ଜୋରିମାନା କରାଯାଇଛି ।
ସୂଚନାନୁଯାୟୀ, ଗତ ସପ୍ତାହରେ ମେସ୍ ପରିଚାଳକ ଛାତ୍ରାବାସ 12, 13, 14ର ମେସ୍ ରେ 6ଟି ଟେବୁଲ କେବଳ ସାକାହାରୀଙ୍କ ପାଇଁ ସଂରକ୍ଷିତ ରଖିଥିଲେ । ଏହି ନିଷ୍ପତ୍ତି ପ୍ରତିବାଦରେ କିଛି ଛାତ୍ର ନିରବ ଶୋଭାଯାତ୍ରା କରିଥିଲେ । ସେମାନେ ଏଭଳି ଟେବୁଲ ବିଭାଜନକୁ ବିରୋଧ କରିବା ସହ ସମ୍ପୃକ୍ତ ଟେବୁଲ୍ ରେ ସାଦା ସହିତ ଆମିଷ ଖାଇବାକୁ ଦାବି କରିଥିଲେ ।
ଏହାର ତଦନ୍ତ ବେଳେ କିଛି ଛାତ୍ର ଛାତ୍ରାବାସ ପରିବେଶ ନଷ୍ଟ କରୁଥିବା ଜଣାପଡିଥିଲା । ଏଭଳି ମାମଲାରେ ଚିହ୍ନଟ ଜଣେ ଛାତ୍ରଙ୍କୁ ମେସ୍ କାଉନସିଲ୍ 10 ହଜାର ଟହ୍କା ଜୋରିମାନା କରିଥିବାବେଳେ ଅ୍ୟ ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଛାତ୍ରବାସ ଓ ମେସ୍ ର ନିୟମ ମାନି ଚଳିବାକୁ ଛାତ୍ରଛାତ୍ରୀଙ୍କୁ ତାଗିଦ କରାଯାଇଥିବା ପରିଚାଳକ କହିଛନ୍ତି ।
ଆହୁରି ପଢନ୍ତୁ ଭାରତ ଖବର...