୨୧ ତାରିଖରୁ ମୁମ୍ବାଇରେ ଆଥେୟା-ରାହୁଲଙ୍କ ପ୍ରିୱେଡିଂ ପାର୍ଟିର ଆୟୋଜନ କରାଯାଇଥିଲା । ସଙ୍ଗୀତ, ମେହେନ୍ଦୀ ଶେଷ କରି ରବିବାର ପୂରା ପରିବାର ସହ ଖଣ୍ଡାଲାରେ ପହଞ୍ଚିଥିଲେ ଆଥେୟା ଓ ରାହୁଲ । ସେମାନଙ୍କ ବିବାହରେ ୧୦୦ ଜଣ ବଛା ବଛା ଅତିଥି ସାମିଲ ହୋଇଥିଲେ ।
ସେପଟେ ଝିଅ ବିବାହ ପରେ ସୁନିଲ ସେଟ୍ଟୀ ମୁମ୍ବାଇରେ ଏକ ବଡ ରିସେପ୍ସନ ପାର୍ଟି ଦେବାକୁ ଯାଉଛନ୍ତି । ଯେଉଁଥିରେ ୩ହଜାର ଅଧିକ ଅତିଥୀ ସାମିଲ ହେବା ନେଇ ଜଣାପଡିଛି । ସେଲିବ୍ରେଟିଙ୍କ ଠୁ ଆରମ୍ଭ କରି କ୍ରିଡାଜଗତର ନାମି ତାରକା ଓ ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହେବେ । ତେବେ ଏହି ରୟାଲ ୱେଡିଙ୍ଗ ସେରିମନି ଅନ୍ୟ ସେଲିବ୍ରେଟିଙ୍କ ବିବାହ ଭଳି ଫୋନ ନେବାରେ ରୋକ ଲାଗିଛି। ବିବାହ ଉତ୍ସବରେ ସାମିଲ ଥିବା ଅତିଥିଙ୍କୁ ଭିଡିଓ ସୋସିଆଲ ମିଡିଆରେ କୌଣସି ଭିଡିଓ କିମ୍ବା ଫଟୋ ଶେୟାର କରିବାକୁ ଅନୁମତି ଦିଆଯାଇନାହିଁ । ଭାଇ ଆହାନ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମରେ ପ୍ରଥମ ଥର ପାଇଁ ପ୍ଲବିକ ଆପିୟରାନ୍ସରେ ଆସିଥିଲେ ଆଥେୟା ଓ ରାହୁଲ । ଏହାପରେ ଅନେକ ସମୟରେ ସୋସିଆଲ ମିଡିଆରେ ସେମାନେ ଏକାଠି ଫଟୋ ଶେୟାର କରୁଥିବା ଦେଖିବାକୁ ମିଳିଥିଲା ।
ମନୋରଂଞ୍ଜନ ଖବର ଆହୁରି ପଢନ୍ତୁ