ପ୍ରକାଶ ଥାଉକି, ରାହୁଲ ବୈଦ୍ୟ। ତାଙ୍କ ଅଧିକାରିକ୍ ଇନ୍ଷ୍ଟାଗ୍ରାମ୍ ଆକାଉଂଟରେ ବର-ବଧୂ ବେଶରେ ,ତାଙ୍କର ଏବଂ ଦିଶାଙ୍କର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ରାହୁଲ ଏକ କ୍ରୀମ୍ କଲର ସେରୱାନୀ ପିନ୍ଧିଥିବା ବେଳେ, ଦିଶା ପିଙ୍କ କଲର ଲେହେଙ୍ଗାରେ ନଜର ଆସୁଛନ୍ତି । ଦୁହେଁ ଏହି ବେଶରେ ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି । ଫଟୋରେ ଦୁହେଁ ଦୁହିଁଙ୍କୁ ଏକଦମ୍ ପ୍ୟାରଭରା ଅନ୍ଦାଜରେ ଦେଖୁଥିବା ଦେଖିବାକୁ ମିଳୁଛି ।
ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ଫଟୋ ଦେଖିବା ପରେ ଅନେକ୍ ଫ୍ୟାନ୍ସ ତାଙ୍କୁ ଶୁଭକାମନା ମଧ୍ୟ ଜଣାଇବାରେ ଲାଗିଛନ୍ତି ।
ସୂଚନାଯୋଗ୍ୟ : ରାହୁଲ ଏବଂ ଦିଶାଙ୍କର ନୂଆ ମ୍ୟୁଜିକ୍ ଭିଡିଓ ଆସିବାକୁ ଯାଉଛି । ଆଉ ଏହା ହେଉଛି ସେହି ଗୀତ ସୁଟିଂର ଫଟୋ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।