୨୦୨୧ରେ ପୁଷ୍ପା ମୁଭି ରିଲିଜ ହୋଇଥିଲା। ଏହି ଫିଲ୍ମର ଆଉ ଗୀତର କ୍ରେଜ ଆଜିବି ରହିଛି। ସୋସିଆଲ ମିଡିଆରେ ଏହି ମୁଭିର ଡାଏଲଗ୍ ଠୁ ଆରମ୍ଭ କରି ସଙ୍ଗ ଏବଂ ଡ୍ୟାନ୍ସର ରିଲ ଏଯାଏ ଚାଲିଛି। ନିକଟରେ ଜଣେ ସ୍କୁଲ ଛାତ୍ରୀ ସାମି ଗୀତରେ ନାଚି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯିଏବି ତାଙ୍କୁ ଦେଖଛି ତାଙ୍କର ଫ୍ୟାନ ହୋଇଯାଉଛି। ଏହି ଡ୍ୟାନ୍ସ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଏକ ସ୍କୁଲରେ ଡ୍ୟାନ୍ସ ପ୍ରାକ୍ଟିସିଂ ବେଳେ କରାଯାଇଥିବା ମନେ ହେଉଛି। ସେହି କୁନି ଝିଅଙ୍କ ସହ ଅନ୍ୟ ପିଲା ମଧ୍ୟ ମିଶି ଡ୍ୟାନ୍ସ କରୁଛନ୍ତି। କିନ୍ତୁ କୁନି ଝିଅଟି ଗୀତଟି ନିଜେ ଗାଇ ନୃତ୍ୟ କରୁଥିବାରୁ ଭିଡିଓଟି ବେଶୀ ସୁନ୍ଦର ହୋଇଛି। ଭିଡିଓଟି ଦେଖି ପୁଷ୍ପା ଫିଲ୍ମ ଅଭିନେତ୍ରୀ ରଶ୍ମୀକା ମନ୍ଦାନା ଅତ୍ୟନ୍ତ ପ୍ରଭାବିତ ହୋଇ ଲେଖିଛନ୍ତି, ମୁଁ ଏହି ଡ୍ୟାନ୍ସ ଦେଖିକି ପାଗେଳୀ ହୋଇଗଲିଣି। ଏତେ କ୍ୟୁଟ ଏକ୍ସପ୍ରେସନ ଯେ, ମୁଁ ବର୍ଣ୍ଣନା କରିପାରିବିନି। ମୁଁ ଥରଟିଏ ଏହି କ୍ୟୁଟ୍ ବାର୍ବିଡଲଙ୍କୁ ଭେଟିବାକୁ ଚାହୁଁଛି।
ବିଭିନ୍ନ ପ୍ଲାଟଫର୍ମରେ ଏହି ଭିଡିଓକୁ ଲକ୍ଷ ଲକ୍ଷ ଥର ଦେଖାଯାଇଛି। କେବଳ ଏତିକି ନୁହେଁ ଦିଲ୍ଲୀର ତିମାରପୁର ବିଧାୟକ ଦିଲୀପ ପାଣ୍ଡେ ମଧ୍ୟ ଏହାକୁ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସୁକୁମାରଙ୍କ ନିର୍ଦ୍ଦେଶିତ ଆଲୁ ଅର୍ଜ୍ଜୁନ ଅଭିନୀତ ପୁଷ୍ପା ମୁଭି ୨୦୨୧ରେ ସର୍ବାଧିକ ଆୟ କରିଥିଲା। ବକ୍ସଅଫିସରେ ମଧ୍ୟ ଏହି ମୁଭିର ଜଲଓ୍ବା ବହୁତ ଦିନ ଧରି ରହିଥିଲା।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।