ଏହା ସହିତ ଏହି ସେଲେବ୍ରିଟି ନିଜ ବିବାହ ପାଇଁ ଏସ୍ଓପି ମଧ୍ୟ ଜାରି କରିଥିବା ନେଇ ସୂଚନା ମିଳିଛି। ହୋଟେଲ ବୁକିଂ ଠାରୁ ଆରମ୍ଭ କରି ଅତିଥି ତାଲିକା ଯାଏଁ, ସବୁ କିଛି ସ୍ଥିର ହୋଇ ସାରିଛି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ,ବଲିଉଡର ଭାଇଜାନ ସଲମାନ୍ ଖାନଙ୍କ ପରିବାର କ୍ୟାଟଙ୍କ ବିବାହରେ ସାମିଲ ହେବେ ନାହିଁ ବୋଲି ଚର୍ଚ୍ଚା ହେଉଛି । ଆଉ ଏହାକୁ ନେଇ ମୁହଁ ଖୋଲିଛନ୍ତି ଭାଇଜାନଙ୍କ ଭଉଣୀ ଅର୍ପିତା ଖାନ୍ ।
ବିକି-କ୍ୟାଟଙ୍କ ବିବାହରେ ଖାନ୍ ପରିବାରର କେଉଁ ସଦସ୍ୟ ଉପସ୍ଥିତ ରହିବେ, ପଚରା ଯିବାରୁ ଅର୍ପିତା ଓ ଅଲଭିରା କହିଛନ୍ତି ଯେ, ଏ ଯାଏଁ ତାଙ୍କୁ କୌଣସି ପ୍ରକାରର ନିମନ୍ତ୍ରଣ ପତ୍ର ମିଳି ନାହିଁ । ତେଣୁ ସେମାନେ ବିବାହରେ ଯୋଗ ଦେବା ନେଇ କିଛି ନିଷ୍ପତ୍ତି ହୋଇନି ବୋଲି ମୁହଁ ଖୋଲିଛନ୍ତି ଅର୍ପିତା ।