ଯେତେବେଳେ ସାହିଦ୍ କପୁର ଏବଂ ମୀରା ରାଜପୁତ୍ ଦୁହେଁ ଦୁହିଁଙ୍କୁ ପ୍ରଥମ ସାକ୍ଷାତ୍ କରିଥିଲେ, ସେତେବେଳେ ତାଙ୍କର ସାକ୍ଷାତ୍ କରିବାର ସମୟ କିଛି କମ୍ ନଥିଲା । ସେମାନେ ଦୁହେଁ ଦୁହିଁଙ୍କୁ ଦୀର୍ଘ ସମୟ ଧରି ସାକ୍ଷାତ୍ କରିଥିଲେ । ଉଭୟଙ୍କ ମଧ୍ୟରେ ଘଂଟା ଘଂଟା ଧରି କଥାବାର୍ତ୍ତୀ ଚାଲିଥିଲା । ହେଲେ ମୀରାଙ୍କୁ ସାକ୍ଷାତ୍ କରିବା ପୂର୍ବରୁ ସାହିଦ୍ ଭାବିଥିଲେ ଯେ, ଅତିବେଶୀରେ ୧୫ ମିନିଟ ତାଙ୍କ ମିଟିଙ୍ଗ୍ ଚାଲିନପାରେ । ଏକ ଇଣ୍ଟରଭ୍ୟୁରେ ସାହିଦ୍ କପୁର ଏହାକୁ ନେଇ କହିଥିଲେ ଯେ, ‘ ସେମାନେ ଏକ ରୁମ୍ରେ ଦୁଇଟି ବଡବଡ ସୋଫାରେ ବସିଥିଲେ । ଆଖପାଖରେ କେହି ନଥିଲେ । ପ୍ରଥମେ ତ ତାଙ୍କୁ ଲାଗିଥିଲା, କଥାବାର୍ତ୍ତୀ ୧୫ ମିନିଟ ମଧ୍ୟ ଚାଲିବ ନାହିଁ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦୀର୍ଘ ୭ଘଂଟା ଧରି ଦୁହିଁଙ୍କ ଭିତରେ କଥାବାର୍ତ୍ତା ଚାଲିଥିଲା ।
୨୦୧୫ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେତେବେଳେ ତାଙ୍କୁ ବିବାହକୁ ନେଇ ଚର୍ଚ୍ଚା ଯୋର ଧରିଥିଲା । ସେତେବେଳେ ମୀରା ରାଜପୁତଙ୍କ ବିଷୟରେ ଲୋକେ ଜାଣିବାକୁ ବେଶ ଇଚ୍ଛୁକ ଥିଲେ । କାହିଁକି ନାଁ , ସେ ଫିଲ୍ମ ବ୍ୟାକଗ୍ରାଉଣ୍ଡର ନଥିଲେ ।
ଏବେ ମୀରା ରାଜପୁତ୍ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହୁଥିବା ଦେଖିବାକୁ ମିଳନ୍ତି । ଏହା ସହିତ ସେ ଏବେ ସୋସିଆଲ ମିଡିଆରେ ବେଶ ଲୋକପ୍ରିୟ ମଧ୍ୟ ହୋଇଛନ୍ତି । ତାଙ୍କର ପପୁଲାରିଟି କୌଣସି ଷ୍ଟାରଙ୍କ ଠାରୁ କିଛି କମ୍ ନୁହେଁ । ଏବେ ଦୁଇଟି ସନ୍ତାନର ପିତା-ମାତା ହୋଇ ସାରିଛନ୍ତି ସାହିଦ୍ କପୁର ଓ ମୀରା ରାଜପୁତ୍ ।