‘ସିଙ୍ଘମ ଏଗେନ୍’ ରେ ଦୀପିକା ଶକ୍ତି ସେଟ୍ଟୀ ଭୂମିକା ନିଭାଇଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନ୍, ରଣବୀର ସିଂହ,ଅକ୍ଷୟ କୁମାର ଓ କରୀନା କପୁର ବି ଅଛନ୍ତି । ଫିଲ୍ମରେ ଅର୍ଜୁନ କପୁର ଭିଲିଆନ ଭୂମିକାରେ ନଜର ଆସିବେ। ଫିଲ୍ମଟି ଖୁବ ଶୀଘ୍ର ପରଦାକୁ ଆସିବ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅର୍ଗସ ବ୍ୟୁରୋ: ବେବି ବମ୍ପରେ ନଜର ଆସିଲେ ଦୀପିକା। ପ୍ରେଗନାନ୍ସୀ ସମୟରେ ବହୁ ଅଭିନେତ୍ରୀ ଆରାମ କରିବାକୁ ଗୁରୁତ୍ୱ ଦେଇଥାନ୍ତି କିନ୍ତୁ ଅଭିନେତ୍ରୀ ଦୀପିକା ଏହି ସମୟରେ ବି ଲଗାତର କାମରେ ବ୍ୟସ୍ତ ରହିଛନ୍ତି । ଖୁସି ଖବର ଦେବେ ବଲିଉଡ୍ର ‘ମସ୍ତାନୀ’ ଦୀପିକା ପାଦୁକୋନ୍ । ଏହିଦିନ ତାଙ୍କ ଘରକୁ ଆସିବ କୁନି ଅତିଥି ବୋଲି ସୂଚନା ମିଳିଛି ।ଫେବୃୟାରୀରେ ନିଜ ପ୍ରେଗନାନ୍ସୀ ବିଷୟରେ ଘୋଷଣା କରିବା ପରେ ଦୀପିକା ପାଦୁକୋନଙ୍କୁ କାମ କରୁଥିବାର ଦେଖି ଫ୍ୟାନ୍ସ ଚକିତ ହୋଇଛନ୍ତି । ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଫିଲ୍ମ ‘ସିଙ୍ଘମ ଏଗେନ୍’ ସେଟ୍ରୁ ଦୀପିକାଙ୍କ କିଛି ଫଟୋ ଲିକ୍ ହୋଇଛି ଯେଉଁଥିରେ ସେ ପୋଲିସ ଅଫିସର ଲୁକ୍ରେ ନଜର ଆସୁଛନ୍ତି ।
‘ସିଙ୍ଘମ ଏଗେନ୍’ ରେ ଦୀପିକା ଶକ୍ତି ସେଟ୍ଟୀ ଭୂମିକା ନିଭାଇଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନ୍, ରଣବୀର ସିଂହ,ଅକ୍ଷୟ କୁମାର ଓ କରୀନା କପୁର ବି ଅଛନ୍ତି । ଫିଲ୍ମରେ ଅର୍ଜୁନ କପୁର ଭିଲିଆନ ଭୂମିକାରେ ନଜର ଆସିବେ। ଫିଲ୍ମଟି ଖୁବ ଶୀଘ୍ର ପରଦାକୁ ଆସିବ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅର୍ଗସ ବ୍ୟୁରୋ: ଜିଏସଟି ଆଦାୟରେ ରେକର୍ଡ । ଏପ୍ରିଲରେ ୨ ଲକ୍ଷ କୋଟିରୁ ଅଧିକ ଜିଏସଟି ଆଦାୟ ହୋଇଥିବା ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ଗତବର୍ଷ ଏପ୍ରିଲ ମାସ ତୁଳନାରେ ଚଳିତବର୍ଷ ୧୨.୪ ପ୍ରତିଶତ ଅଧିକ ଜିଏସ୍ଟି ଆଦାୟ ହୋଇଛି। ସରକାରୀ ରିପୋର୍ଟ ଅନୁସାରେ ପୂର୍ବ ସମସ୍ତ ଏପ୍ରିଲ ମାସଠାରୁ ଚଳିତ ଏପ୍ରିଲ ମାସରେ ସର୍ବାଧିକ ୨ଲକ୍ଷ ୧୦ ହଜାର କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଛି। ରିଫଣ୍ଡ ପରେ ନେଟ୍ ରେଭିନ୍ୟୁ ୧.୯୨ ଲକ୍ଷ କୋଟି ଟଙ୍କା ରହିଛି । ରେକର୍ଡ ଜିଏସ୍ଟି ସଂଗ୍ରହ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଖୁସି ପ୍ରକାଶ କରିଛନ୍ତି।
ଘରୋଇ କାରବାରରେ ୧୩.୪ ପ୍ରତିଶତ ଅଭିବୃଦ୍ଧି ପରେ ଦ୍ରବ୍ୟ ଏବଂ ସେବା ଟିକସ ସଂଗ୍ରହରେ ଏହି ବୃଦ୍ଧି ଦେଖିବାକୁ ମିଳିଛି ଏବଂ ଆମଦାନୀରେ ୮.୩ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୪ ଏପ୍ରିଲରେ ହୋଇଥିବା ମୋଟ ଜିଏସଟି ଆଦାୟ ମଧ୍ୟରୁ ସେଣ୍ଟ୍ରାଲ ଜିଏସଟି ବାବଦରେ ୪୩,୮୪୬ କୋଟି, ଷ୍ଟେଟ୍ ଜିଏସଟି ବାବଦରେ ୫୩,୫୩୮ କୋଟି, ଆଇଜିଏସଟି ୯୯,୬୨୩ କୋଟି ଓ ସେସ୍ ବାବଦରେ ୧୩,୨୬୦ କୋଟି ଟଙ୍କା ସଂଗ୍ରହ କରାଯାଇଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ନିର୍ବଳୁଆ ନେତା, ଗୁମାସ୍ତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍। ସମ୍ବଲପୁରରେ ବିଜେପିର ମିଶ୍ରଣ ପର୍ବରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ। ଔଷଧ ବିକଳରେ ତାଡ଼ିଆ କାମୁଡୁଥିବା ଗୁମାସ୍ତା ପ୍ରଧାନମନ୍ତ୍ରୀଙ୍କୁ ଟାହିଟାପରା କରୁଛନ୍ତି। `ଗୁମାସ୍ତା କହୁଛନ୍ତି ଓଡ଼ିଶାରେ ଡବଲ୍ ଇଞ୍ଜିନ ଚାଲିବନି' ଓଡ଼ିଶାବାସୀଙ୍କ ଟିକସରେ ଦରମା ପାଉଛନ୍ତି, ପଛ କବାଟ ଖୋଲି ପଶିବାକୁ ଚାହୁଁଛନ୍ତି। ଏକ ଆଞ୍ଚଳିକ ଦଳର ନେତୃତ୍ଵ ନେବାକୁ ଓଡ଼ିଶାରେ କେହି ନଥିଲେ ଯେ ବାହାରିଆଙ୍କୁ ଆଣିଲେ ବୋଲି ଧର୍ମେନ୍ଦ୍ର କଟାକ୍ଷ କରିଛନ୍ତି । ଓଡ଼ିଶାକୁ ବାହାରର ଦୁଇ ଚାରି ଜଣ ଚଳାଉଥିବା କହି ବର୍ଷିଛନ୍ତି ଧର୍ମେନ୍ଦ୍ର। ସେହିପରି `ବିବେକ ବିକିଥିବା ନିର୍ବଳୁଆ ନେତାଙ୍କୁ ମହାପ୍ରଭୁ କ୍ଷମା କରିବେ'।
ରାଜ୍ୟ ସରକାରଙ୍କ ପିଠା ଯୋଜନା, ବିଜୁ ଯୁବବାହିନୀ କୁଆଡ଼େ ଗଲା ପ୍ରଶ୍ନ କରିଛନ୍ତି। ଏହାସହ ଓଡ଼ିଶା ପ୍ରତି ଅବଦାନ କ'ଣ ପଚାରୁଥିବା ନେତାଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର। ପେଟ୍ରୋଲିୟମ୍ ମନ୍ତ୍ରୀ ଥିବାବେଳେ ପାରାଦୀପ ରିଫାଇନାରୀରୁ ଅନେକ ଲାଭ ପାଇଛି ଓଡ଼ିଶା। ଓଡ଼ିଶାର 55 ଲକ୍ଷ ମହିଳାଙ୍କୁ ଉଜ୍ବଳା ଯୋଜନାରେ ଗ୍ୟାସ୍ ଦେବାର ବ୍ୟବସ୍ଥା କଲି। ଏବେ ସେହି ଗୁମାସ୍ତା ପଚାରିବେ ଓଡ଼ିଶା ପାଇଁ ମୁଁ କ'ଣ କରିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଓଡ଼ିଶାରେ ବିଜେପିକୁ ସୁଯୋଗ ଦେବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ'। ତେଣୁ ଓଡ଼ିଶାରେ ବିଜେପି ସରକାର ଗଢ଼ିବାକୁ ଲୋକଙ୍କ ସହଯୋଗ କାମନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଆଜି ପାର୍ଥୀ ପତ୍ର ଦାଖଲ ପୂର୍ବରୁ ଗତକାଲି ମା ସମଲେଇ ଆଶୀର୍ବାଦ ଓ ସମ୍ବଲପୁରବାସୀଙ୍କ ସହଯୋଗ କାମନା କରିଛନ୍ତି ଧର୍ମେନ୍ଦ୍ର ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ନାମାଙ୍କଲ ଭରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କୁ ଦର୍ଶନ କରି ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳ ଅଫିସ ପହଁଚିବେ। ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାମାଙ୍କନ ଭରିବେ॥ ତେବେ ସାଙ୍ଗରେ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ପ୍ରାର୍ଥୀ ନାଉରୀ ନାୟକ ମଧ୍ୟ ନାମାଙ୍କନ ଭରିବେ। ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସହ ବାଜା ରୋଷଣୀ ନେଇ ଶୋଭାଯାତ୍ରାରେ ସହର ଭିତରେ ପରିକ୍ରମା ପରେ ଜିଲ୍ଲାପାଳ ଅଫିସ ପହଁଚିବେ।
ଅଧିକ ପଢ଼ନ୍ତୁ ଓଡିଶା ଖବର: