ତେବେ ନିଜର ଅଭିନୟ ଓ ସାମାଜିକ କାମ ବ୍ୟତୀତ , ସୋନୁ ସୁଦ୍ ତାଙ୍କର ଫିଟନେସ ପ୍ରତି ମଧ୍ୟ ସବୁବେଳେ ସଜାଗ ଥାଆନ୍ତି । ସେ ତାଙ୍କର ଫିଟନେସ ମେଣ୍ଟେନ କରିବା ପାଇଁ , ଘଂଟା ଘଂଟା ଜିମରେ ଝାଳ ବୁହାଇ ଥାଆନ୍ତି । ଅନେକ ସମୟରେ ସେ ସୋସିଆଲ ମିଡିଆରେ ତାଙ୍କର ଓ୍ବାର୍କଆଉଟ ଭିଡିଓ ସେୟାର କରନ୍ତି । ନିକଟରେ ସୋନୁ ତାଙ୍କ ଇନଷ୍ଟାଗ୍ରାମରେ ଏକ ଓ୍ବାର୍କଆଉଟ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ଷ୍ଟାମିନା ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି । ଏହା ସହିତ ତାଙ୍କର ପ୍ରଶଂସା ମଧ୍ୟ କରୁଛନ୍ତି ।
ଇଲେକ୍ଟ୍ରୋନିକ୍ ଇଞ୍ଜିନିୟରିଂ କରିବା ପରେ ଅଭିନୟରେ ପାଦ ଥାପିଥିବା ଅଭିନେତା ସୋନୁ ସୁଦଙ୍କ, ଫିଟନେସ୍ ଦେଖି ଯେ କେହିବି ଫିଦା ହୋଇଯିବେ । ତେବେ ସୋନୁ ସେୟାର କରିଥିବା ଭିଡିଓରେ ସେ କାନ୍ଥ ସାହାରାରେ ଓଲଟା ଛିଡା ହୋଇଥିବା ନଜର ଆସୁଛନ୍ତି ।
ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି ଯେ,’ଏହି ଷ୍ଟଣ୍ଟ ବହୁତ୍ ଖତରନାକ,ଏଥିପାଇଁ ସଠିକ୍ ଟ୍ରେନିଂ ବିନା ଏହା କରିବାକୁ ଚେଷ୍ଟା ବି କରିବେ ନାହିଁ’ ।