ସେ ତାଙ୍କର ଏହି ମହତ୍ୱପୂର୍ଣ୍ଣ ଯୋଜନା ବିଷୟରେ, ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ତାଙ୍କର ଟ୍ୱିଟର ଆକାଉଂଟ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏକ ଯୋଜନା ଅନୁଯାୟୀ ସେ ୧ ଲକ୍ଷ ବେରୋଜଗାର ଲୋକଙ୍କୁ ରୋଜଗାର ଦେବେ । ଏହାଦ୍ୱାରା ବେକାରୀ ସମସ୍ୟା ହ୍ରାସ କରାଯାଇପାରିବ । ଏହା ସହିତ ୧ ଲକ୍ଷ ଲୋକଙ୍କ ସହ ଜଡିତ ୧୦ କୋଟି ଜୀବନ ବଦଳିଯିବ ।
ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ, ‘ନୂଆ ବର୍ଷ , ନୂଆ ଆଶା । ନୂଆ ଚାକିରୀର ସୁଯୋଗ....ଆଉ ଏହି ସୁଯୋଗକୁ ଆପଣଙ୍କ ନିକଟକୁ ଆଣିବି । ପ୍ରବାସୀ ରୋଜଗାର ଏବେ ଗୁଡ ୱର୍କର୍ । ଆଜିହିଁ ଗୁଡ୍ ୱର୍କର ଆପ୍ଲିକେସନକୁ ଡାଉନଲୋଡ କରନ୍ତୁ ଏବଂ ଭଲ ଆସନ୍ତାକାଲିକୁ ଅପେକ୍ଷା କରନ୍ତୁ ‘ । ଏଥିପାଇଁ ଏକ ଆପ୍ଲିକେସନ୍ ଡାଉନଲୋଡ କରିବାକୁ ସେ କହିଛନ୍ତି ।