Sumeet saigal ୧୯୮୭ ମସିହାରେ ଫିଲ୍ମ ’ଇନସାନିୟତ୍ କି ଦୁଷ୍ମନ’ ମାଧ୍ୟମରେ ବଲିଉଡରେ ପାଦ ଥାପିଥିଲେ । ଏହି ଫିଲ୍ମରେ ତାଙ୍କ ସହ ଅଭିନେତା ସଞ୍ଜୟ ଦତ୍ତ, ଗୋବିନ୍ଦା ଏବଂ ମିଥୁନ୍ ଚକ୍ରବର୍ତ୍ତୀ ଭଳି ବଡ କଳାକାର ସାମିଲ ହୋଇଥିଲେ । ସେ ସମୟରେ ଗୋବିନ୍ଦା ଏବଂ ମିଥୁନ ବେଶ ପରିଚିତ ଥିଲେ । ଏହି ଫିଲ୍ମରେ କାମ କରିବା ପରେ ସୁମିତଙ୍କୁ ଅନେକ୍ ଫିଲ୍ମରେ କାମ ମିଳିଥିଲା ।
ଫିଲ୍ମ ’ଇମାନଦାର’,’ପରମ୍ ଧର୍ମ’,’ବହାର ଆନେ ତକ୍’ ଭଳି ଅନେକ୍ ଫିଲ୍ମରେ ସେ ତାଙ୍କର ଦମଦାର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥିଲେ । ୧୯୮୭ରୁ ୧୯୯୫ ମସିହା ପର୍ଯ୍ୟନ୍ତ ପାଖାପାଖି ୩୦ ଫିଲ୍ମରେ କାମ କରିଥିବା ସୁମିତ୍ ,ପୁଣି ଫିଲ୍ମ ଦୁନିଆଁରୁ ଦୂରେଇ ଯାଇଥିଲେ । ଏହାପରେ ୨୦୧୦ରେ ସେ ହରର୍ ଫିଲ୍ମ’ରୋକ୍’ ପ୍ରଡ୍ୟୁସ୍ କରିଥିଲେ ।
ସୂଚନାଯୋଗ୍ୟ : ଅଭିନେତା ସୁମିତ୍ ଦୁଇ ଥର ବିବାହ କରିଥିଲେ ପ୍ରଥମେ ୧୯୯୦ରେ ଅଭିନେତ୍ରୀ Shaheen Banuଙ୍କୁ ବିବାହ କରିଥିଲେ । ଦୀର୍ଘ ୧୩ ବର୍ଷ ଏକାଠି ରହିବା ପରେ, ୨୦୦୩ରେ ଦୁହେଁ ଦୁହିଁଙ୍କ ଠାରୁ ଛାଡପତ୍ର ନେଇଥିଲେ ।
ପ୍ରଥମ ପତ୍ନୀଙ୍କ ଠାରୁ ଛାଡପତ୍ର ନେବା ପରେ ସେ ଦ୍ୱିତୀୟ ବିବାହ କରିଥିଲେ, ଫରାହ୍ ନାଜ୍ଙ୍କ ସହ ।