ଆଜ୍ଞା ହଁ, ଦର୍ଶକବନ୍ଧୁ। ଆପଣ ଠିକ୍ ଶୁଣିଲେ। ମାଡାମଙ୍କ ଡିମାଣ୍ଡ ଏବେ ୨କୋଟି ଛୁଇଁଲାଣି। ଏଥର ଉର୍ବଶୀ ମାତ୍ର ତିନି ମିନିଟର ଏକ ଆଇଟମ ଗୀତ ପାଇଁ ୨ କୋଟି ଟଙ୍କାର ପାରିଶ୍ରମିକ ନେଇ ସମସ୍ତ ଆଗଧାଡିର ଆଇଟମ୍ ଡାନ୍ସରଙ୍କୁ ପଛକୁ ପକାଇ ଦେଇଛନ୍ତି।
ଏହି ପାରିଶ୍ରମିକ ସିନେମାରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ପ୍ରକାଶ ରାଜଙ୍କ ଦେୟଠାରୁ ମଧ୍ୟ ଅଧିକ। ପ୍ରକାଶ ରାଜ ‘ୱାଲଟେୟାର ଭିରାୟା’ ଫିଲ୍ମ ପାଇଁ ୧.୫ କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି। ହେଲେ ଉର୍ବଶୀଙ୍କ ୩ ମିନିଟକୁ ୨ କୋଟି ପଣ୍ଡାରେ ପଛରେ ପଡି ଯାଇଛନ୍ତି।
ଏହି ଫିଲ୍ମରେ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ଏକ ଆଇଟମ ସଙ୍ଗୀତରେ ନଜର ଆସୁଛନ୍ତି ଉର୍ବଶୀ। ଗୀତର ବୋଲ ବସ୍ ପାର୍ଟି। ଯେଉଁଥିପାଇଁ ସେ ଏଭଳି ପାରଶ୍ରମିକ ନେଇଛନ୍ତି ବୋଲି କୁହାଯାଇଛି। ଉର୍ବଶୀ କେବଳ ବଲିଉଡରେ ନୁହେଁ କନ୍ନଡ ଏବଂ ତାମିଲ ସିନେମାରେ ମଧ୍ୟ କାମ କରୁଛନ୍ତି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।