ଷ୍ଟ୍ରବେରୀ, ଓଟ୍ସ, ଅଟା, ମହୁ, ଲେମ୍ବୁ ରସ, ଚିନି, ଡାଲଚିନି ପାଉଡର, ଅଖରୋଟ, ବାଦାମ୍, ଭାନିଲା ଏସେନ୍ସ, ନଡିଆ ତେଲ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଷ୍ଟ୍ରବେରୀକୁ ଧୋଇ ଛୋଟଛୋଟ କାଟି ଏକ ପାତ୍ରରେ ରଖିବେ । ଏହାପରେ ସେଥିରେ ଲେମ୍ବୁ ରସ, ମହୁ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଆଉ ଏକ ପାତ୍ରରେ ଓଟ୍ସ ନେଇ ସେଥିରେ ଅଟା, ଡାଲଚିନି ପାଉଡର, ଛୋଟଛୋଟ କଟା ବାଦାମ୍, ଅଖରୋଟ, ଚିନି, ଭାନିଲା ଏସେନ୍ସ, ନଡିଆ ତେଲ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଏକ ବେକିଂ ଟ୍ରେ ନେଇ ସେଥିରେ ପ୍ରଥମେ ମିକ୍ସ କରି ରଖିଥିବା ଷ୍ଟ୍ରବେରୀ ରଖିବେ । ଏହାପରେ ତା ଉପରେ ମିକ୍ସ କରିଥିବା ଅନ୍ୟ ମିଶ୍ରଣକୁ ଢାଳିବେ । ତାପରେ ଏହି ବେକିଂ ଟ୍ରେକୁ ନେଇ ଓଭାନରେ କିଛି ସମୟ ପାଇଁ ରଖିବେ । ଏହାପରେ ଓଭାନରୁ ଏହି ଟ୍ରେ କାଢି ,ଆଉ ଏକ ପାତ୍ରକୁ ଏହାକୁ କାଢିବେ । ପ୍ରସ୍ତୁତ ହୋଇଗଲା ଷ୍ଟ୍ରବେରୀ ଓଟ୍ସ ଗୁନ୍ଗୁନା ସାଲାଡ୍ । ଏବେ ଏହାର ମଜା ନେଇ ପାରିବେ ।