କଙ୍କଡା, ଲୁଣ, ତେଲ, ଲଙ୍କା ପାଉଡର, ହଳଦୀ ପାଉଡର, ଜିରା ପାଉଡର, ଧନିଆ ପାଉଡର, ଗରମ ମସଲା, ପିଆଜ, ଅଦା-ରସୁଣ, ଲେମ୍ବୁ ରସ, ଛେଚା, ଟମାଟୋ, ଜିରା, ଲବଙ୍ଗ ଗୁଜୁରାତି, ଡାଲଚିନି, ଗୋଲମରିଚ ,ନଡିଆ କୋରା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କଙ୍କଡାର ଗୋଡ ଭାଙ୍ଗି ଭଲଭାବେ ସଫା କରି ରଖିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଭାଙ୍ଗି ରଖିଥିବା ଗୋଡ ପକାଇ ଫ୍ରାଏ କରି ଏକ ପାତ୍ରରେ ରଖିବେ । ଏହାପରେ ଆଉ ଏକ ପାତ୍ରରେ କଙ୍କଡାର ଅବଶିଷ୍ଟ ଅଂଶକୁ ନେଇ ସେଥିରେ, ଲୁଣ ,ହଳଦୀ ପାଉଡର, ଲଙ୍କା ପାଉଡର, ଲେମ୍ବୁ ରସ ପକାଇ ଭଲଭାବେ ଗୋଳାଇ ୧୫ ରୁ ୨୦ ମିନିଟ ଯାଏଁ ରଖିବେ । ଏହାପରେ ପୁଣି ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଜିରା, ଲବଙ୍ଗ ଗୁଜୁରାତି, ଡାଲଚିନି, ଗୋଲମରିଚ ,ନଡିଆ କୋରା ପକାଇ ଭଲଭାବେ ଫ୍ରାଏ କରିବେ । ଏହାପରେ ସେଥିରେ କଟା ପିଆଜ ପକାଇ ଭାଜିବେ । ପିଆଜ ଭାଜି ହୋଇ ଆସିଲେ ସେଥିରେ ଅଦା, ରସୁଣ ଛେଚା ପକାଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, କଟା ଟମାଟୋ ପକାଇ ଭଲଭାବେ ମିକ୍ସ କରିବେ । ଦେଖିବେ ଟମାଟୋ ମେଲ୍ଟ ହୋଇ ଆସିଲେ , ସେଥିରେ କଟା କଂଚା ଲଙ୍କା, କଟା ଧନିଆ ପତ୍ର, ପକାଇ ମିକ୍ସ କରିବେ । ତାପରେ ସେଥିରେ ଗୋଳାଇ ରଖିଥିବ କଙ୍କଡା ଏବଂ ଲୁଣ ପକାଇ ମିକ୍ସ କରି,ଘୋଡଣୀ ଘୋଡାଇ କଙ୍ଗଡାକୁ ସିଝିବାକୁ ଛାଡିବେ । ଦେଖିବେ କଙ୍କଡା ସିଝି ଆସିଲେ, ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି ଭଲଭାବେ ଫୁଟିବାକୁ ଛାଡିବେ । ଝୋଳ ଭଲଭାବେ ଫୁଟିଯିବା ପରେ, ସେଥିରେ ପ୍ରଥମେ ଫ୍ରାଏ କରି ରଖିଥିବା କଙ୍କଡା ଗୋଡ ପକାଇବେ । ତାପରେ ସେଥିରେ ଗରମ ମସଲା ପକାଇ ଗ୍ୟାସ୍ କରିବେ । ପ୍ରସ୍ତୁତ ହୋଇଗଲା କଙ୍କଡା ଗୋଡ ଝୋଳ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।