କଲରା, ବେସନ, ଲୁଣ, ହଳଦୀ ପାଉଡର, ଲଙ୍କା ପାଉଡର, କସ୍ତୁରୀ ମେଥି, ଦହି, ତେଲ, ଜିରା, ଧନିଆ, କଂଚା ଲଙ୍କା, ପିଆଜ, ରସୁଣ, ଟମାଟୋ, ଲୁଣ, ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କଲରାକୁ ଅଳ୍ପ ସିଝାଇ ରଖିବେ । ତାପରେ ସିଝା କଲରାରେ ବେସନ, ଲୁଣ, ହଳଦୀ ପାଉଡର, ଲଙ୍କା ପାଉଡର, କସ୍ତୁରୀ ମେଥି, ଦହି ପକାଇ ଭଲଭାବେ ଗୋଳାଇବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ମସଲା ଗୋଳା କଲରାକୁ ପକାଇ ଭାଜିବେ । ଦେଖିବେ ଉଭୟ ପାଖ ଗୋଲ୍ଡେନ କଲର ହେବାପରେ, ଏକ ପାତ୍ରକୁ କାଢି ରଖିବେ । ତାପରେ ପୁଣି ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହୋଇ ଆସିଲେ ସେଥିରେ ଗୋଟା ଜିରା, ଗୋଟା ଧନିଆ, କଟା କଂଚା ଲଙ୍କା ପକାଇ ଫୁଟାଇବେ । ଏହା ଫୁଟିବା ପରେ, ସେଥିରେ କଟା ପିଆଜ, କଟା ରସୁଣ ପକାଇ ଭାଜିବେ । ତାପରେ ସେଥିରେ କଟା ଟମାଟୋ ଓ ଅଳ୍ପ ଲୁଣ ପକାଇ ମିକ୍ସ କରିବେ । ଦେଖିବେ ଟମାଟୋ ମେଲ୍ଟ ହୋଇ ଆସିଲେ ସେଥିରେ, ଭାଜି ରଖିଥିବା କଲରାକୁ ପକାଇ ମିକ୍ସ କରି ଅଳ୍ପ ପାଣି ମିଶାଇବେ । ତାପରେ ସେଥିରେ କଟା ଧନିଆ ପତ୍ର ପକାଇ ଗ୍ୟାସ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଦହି କଲରା । ଏବେ ଏହାର ମଜା ନେଇ ପାରିବେ ।