ଚିକେନ୍, ଟମାଟୋ, ରସୁଣ, ଅଦା, ତେଲ, ଲବଙ୍ଗ, ତେଜପତ୍ର, ଡାଲଚିନି, ଜିରା, କଂଚା ଲଙ୍କା, ଗୋଲମରିଚ ଗୁଣ୍ଡ, ଗୁଜୁରାତି ଗୁଣ୍ଡ, ଦହି, ଲୁଣ, ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପାଉଡର, ଗରମ ମସଲା, ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଚିକେନ୍କୁ ଧୋଇ ଏକ ପାତ୍ରରେ ରଖିବେ । ତାପରେ ଟମାଟୋକୁ ଧୋଇ ଦୁଇ ଫାଳ କରି ରଖିବେ । ଏହାପରେ ରସୁଣର ଚୋପା ଛଡେଇ, ରସୁଣ ଏବଂ ଅଦାକୁ ଛେଚି ଏକ ପାତ୍ରରେ ରଖିବେ । ତାପରେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଲବଙ୍ଗ, ତେଜପତ୍ର, ଡାଲଚିନି, ଗୋଟା ଜିରା ପକାଇ ଫୁଟାଇବେ । ଏହାପରେ ସେଥିରେ କଟା କଂଚା ଲଙ୍କା ପକାଇ ଅଳ୍ପ ଭାଜିବେ । ଏହାପରେ ସେଥିରେ ଧୁଆ ହୋଇ ଥିବା ଚିକେନ୍ ପକାଇ ଗୋଳାଇବେ । ତାପରେ ସେଥିରେ ଗୋଲମରିଚ ଗୁଣ୍ଡ, ଗୁଜୁରାତି ଗୁଣ୍ଡ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଅଳ୍ପ ପାଣି ଏବଂ କଟା ଟମାଟୋ ପକାଇ ଘୋଡଣୀ ଘୋଡାଇ କିଛି ସମୟ ଚିକେନକୁ ସିଝିବାକୁ ଛାଡିବେ ମଧ୍ୟମ ଆଂଚରେ । ଏହାପରେ ସେଥିରେ ଛେଚି ରଖିଥିବା ଅଦା-ରସୁଣ, ଦହି, ଲୁଣ, ଲଙ୍କା ପାଉଡର, ହଳଦୀ ପାଉଡର, ଗରମ ମସଲା, ଧନିଆ ପାଉଡର ପକାଇ ଭଲଭାବେ ମିକ୍ସ କରି କିଛି ସମୟ ଛାଡିବେ । ଏହାପରେ ସେଥିରେ କଟା ଧନିଆ ପତ୍ର ପକାଇ ଭଲଭାବେ ମିକ୍ସ କରି ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା କଡେଇ ଚିକେନ୍ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।