
ଆବଶ୍ୟକ ସାମଗ୍ରୀ-
ମାଛ, କଂଚା ସପୁରୀ, ଲୁଣ, ଚିନି, ହଳଦୀ ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର, ଟମାଟୋ, କଂଚା ଲଙ୍କା, ପିଆଜ, ରସୁଣ, ଧନିଆ ପତ୍ର , ତେଲ, ଜିରା, ଗରମ ମସଲା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ମାଛକୁ ଧୋଇ ସେଥିରେ ତେଲ, ଲୁଣ, ହଳଦୀ ପାଉଡର ପକାଇ ଗୋଳାଇ ରଖିବେ । ଏହାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ମାଛକୁ ପକାଇ ଫ୍ରାଏ କରି ରଖିବେ । ଏହାପରେ ପୁଣି ଥରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ, ଜିରା, କଂଚା ଲଙ୍କା, ରସୁଣ ଛେଚା ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ କଟା ପିଆଜ ପକାଇ ଫ୍ରାଏ କରିବେ । ପିଆଜ ଫ୍ରାଏ ହୋଇ ଆସିଲେ , ସେଥିରେ କଟା ଟମାଟୋ ପକାଇ ମିକ୍ସ କରିବେ । ଟମାଟୋ ମେଲ୍ଟ ହୋଇ ଆସିଲେ ସେଥିରେ, କଂଚା ସପୁରୀକୁ ଛୋଟ ଛୋଟ କାଟି ପକାଇବେ । ଏହାପରେ ସେଥିରେ ଅଳ୍ପ ଚିନି, ଆବଶ୍ୟକ ଅନୁଯାୟୀ ଲୁଣ ପକାଇ ସପୁରୀକୁ ସିଝିବାକୁ ଛାଡିବେ । ସପୁରୀ ସିଝି ଆସିଲେ ସେଥିରେ, ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପାଉଡର, ଗରମ ମସଲା ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଭାଜି ରଖିଥିବା ମାଛ ପକାଇ ଗୋଳାଇବେ । ତାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି ଭଲଭାବେ ଫୁଟିବାକୁ ଛାଡିବେ । ତାପରେ ଗ୍ୟାସ ବନ୍ଦ କରି, ତା ଉପରେ କିଛି କଟା ଧନିଆ ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ସପୁରୀ ମାଛ ତରକାରୀ । ଏବେ ଏହାର ମଜା ନେଇ ପାରିବେ ।
