ବ୍ରେଡ୍, ଆଳୁ, ଧନିଆପତ୍ର, ଗ୍ରୀନ୍ ମଟର, କଂଚାଲଙ୍କା, ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ, ଅଲିଭ୍ ତେଲ, ଲୁଣ, ପିଆଜ, ଗାଜର୍ , ଟମାଟୋ ସସ୍, ଚିଲ୍ଲୀ ସସ୍ ।
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଆଳୁକୁ ସିଝାଇ ଚକଟି ରଖନ୍ତୁ । ଏହାପରେ ଗାଜରକୁ ଧୋଇ ଗ୍ରେଡ୍ କରନ୍ତୁ । ଗ୍ରୀନ୍ ମଟର ସିଝାଇ ରଖନ୍ତୁ । ଅନ୍ୟପଟେ ଗ୍ୟାସରେ ପ୍ୟାନ୍ ବସାଇ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ସେଥିରେ କଟା ପିଆଜ, କଟା କଂଚାଲଙ୍କା ପକାଇ ଅଳ୍ପ ଫ୍ରାଏ କରନ୍ତୁ । ଏହାପରେ ସେଥିରେ ଗାଜର, ଗ୍ରୀନ୍ ମଟର୍, ଆଳୁ ଚକଟା, ଧନିଆ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, ଧନିଆ ପତ୍ର ପକାଇ ମିକ୍ସ କରନ୍ତୁ । ଭଲଭାବେ ମିକ୍ସହେବା ପରେ ଏକ ପ୍ଲେଟକୁ କାଢି ରଖନ୍ତୁ । ପୁଣି ପ୍ୟାନରେ ତେଲ ପକାଇ,ତେଲ ଗରମ ହେବା ପରେ , ସେଥିରେ ବ୍ରେଡ ପକାଇ ହାଲ୍କା ଫ୍ରାଏ କରନ୍ତୁ । ଫ୍ରାଏ ହେବାପରେ ତାକୁ ଏକ ପ୍ଲେଟକୁ କାଢି ରଖନ୍ତୁ । ଏହାପରେ ବ୍ରେଡ ଭିତରେ ଟମାଟୋ ଓ ଚିଲ୍ଲୀ ସସ୍ ଲଗାଇ ପ୍ରସ୍ତୁତ ହୋଇଥିବା ମସଲା ଦେଇ ଉପରେ ଆଉ ଏକ ବ୍ରେଡ ରଖନ୍ତୁ । ପ୍ରସ୍ତୁତ ହୋଇଗଲା ପଟାଟୋ ବ୍ରେଡ୍ ସାଣ୍ଡ୍ଉଇଚ୍ । ଗରମ ଗରମ ଏହାର ମଜା ନିଅନ୍ତୁ ।