କ୍ଷୀର, ବାସୁମତି ଚାଉଳ, ଚିନି,କାଜୁ, କିସ୍ମିସ୍, ବାଦାମ୍, ଗୁଜୁରାତି ଗୁଣ୍ଡ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ବାସୁମତି ଚାଉଳକୁ କିଛି ସମୟ ପାଣିରେ ଭିଜାଇ ରଖିବେ । ତାପରେ ଗ୍ୟାସ୍ରେ କଡେଇ ବସେଇ କ୍ଷୀର ଢାଳି ଫୁଟାଇବେ । କ୍ଷୀର ଭଲଭାବେ ଫୁଟି ଆସିଲେ ସେଥିରେ ଭିଜାଇ ରଖିଥିବା ଚାଉଳକୁ ଆବଶ୍ୟକ ଅନୁଯାୟୀ ପକାଇବେ । ଏହା ବହଳିଆ ହେବା ଯାଏଁ ଗୋଳାଇବେ । ଏହାପରେ ସେଥିରେ ଚିନି ପକାଇ ଭଲଭାବେ ମିକ୍ସ କରିବେ । ଚିନି ମିକ୍ସ ହେବା ଯାଏଁ ତାକୁ ଗୋଳାଇବେ । ଚିନି ମେଲ୍ଟ ହୋଇ ଆସିଲେ ସେଥିରେ ପୁଣି କିଛି କ୍ଷୀର ପକାଇ ଗୋଳାଇବେ । ଏହାପରେ ସେଥିରେ କାଜୁ, କିସ୍ମିସ୍, ବାଦାମ୍ ଏବଂ ଗୁଜୁରାତି ଗୁଣ୍ଡ ପକାଇ ଭଲଭାବେ ମିକ୍ସ କରିବେ । ଅଳ୍ପ ସମୟ ପରେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢିବେ । ତାପରେ ,ତା ଉପରେ କିଛି ଡ୍ରାଇଫୁଡ୍ ପକାଇବେ । ପ୍ରସ୍ତୁତ ହୋଇଗଲା ଚାଉଳ ଖିରି । ଏବେ ଏହାର ମଜା ନେଇ ପାରିବେ ।