ଶିମ୍ବ, ଆଳୁ, ଅଦା, ପିଆଜ, ସୋରିଷ, ଗୋଟା ଜିରା, କଂଚା ଲଙ୍କା, ଶୁଖିଲା ଲଙ୍କା, ଭ୍ରୁସଙ୍ଗ ପତ୍ର, ଲୁଣ, ତେଲ, ଟମାଟୋ, ହଳଦୀ ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର, ଗରମ ମସଲା, ଲେମ୍ବୁ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଶିମ୍ବକୁ ଭଲଭାବେ ଧୋଇ ମିଡିୟମ୍ ସାଇଜରେ କାଟି ରଖିବେ । କଂଚା ଆଳୁର ଚୋପା ଛଡେଇ ଛୋଟଛୋଟ କରି କାଟିବେ । ଏହାପରେ ଗ୍ୟାସ୍ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ସୋରିଷ ଏବଂ ଗୋଟା ଜିରା ପକାଇ ଫୁଟାଇବେ । ଏହା ଫୁଟିବାପରେ ସେଥିରେ କଟା ଅଦା, କଟା କଂଚାଲଙ୍କା , କଟା ପିଆଜ ପକାଇ ଫ୍ରାଏ କରିବେ । ଦେଖିବେ ଏହା ଫ୍ରାଏ ହୋଇ ଆସିଲେ ସେଥିରେ ଭ୍ରୁସଙ୍ଗ ପତ୍ର ଏବଂ ଶୁଖିଲା ଲଙ୍କା ପକାଇ ଫ୍ରାଏ କରିବେ । ତାପରେ ସେଥିରେ ଟମାଟୋ ପ୍ୟୁରୀ ଏବଂ ଲୁଣ ପକାଇ ଫ୍ରାଏ କରିବେ । ଟମାଟୋ ପ୍ୟୁରୀ ଭଲଭାବେ ଭାଜିହେବା ପରେ ସେଥିରେ କାଟି ରଖିଥିବା ଶିମ୍ବ ଏବଂ ଆଳୁ ପକାଇ ମିକ୍ସ କରିବେ । ଏହାପରେ ସେଥିରେ ହଳଦୀ ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର ପକାଇ ଭଲଭାବେ ମିକ୍ସ କରିବେ । କିଛି ସମୟ ପରେ ସେଥିରେ ପାଣି ଢାଳି ଗ୍ୟାସ୍କୁ ମଧ୍ୟମ ଆଂଚରେ ରଖି ,କିଛି ସମୟ ଘୋଡଣୀ ଘୋଡାଇ ସିଝିବାକୁ ଛାଡିଦେବେ । ଦେଖିବେ ଏହା ସିଝିଯିବା ପରେ, ସେଥିରେ ଅଳ୍ପ ଗରମ ମସଲା ଏବଂ ଅଳ୍ପ ଲେମ୍ବୁ ରସ ପକାଇ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଶିମ୍ବ ମସଲା । ଏବେ ଏହାର ମଜା ନେଇ ପାରିବେ ।