ଭୁବନେଶ୍ଵର: ରାଜ୍ୟରେ ଆଜି ମୋଟ ୬୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୩ ଲକ୍ଷ ୧୬ ହଜାର ୪୪୭ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛନ୍ତି। ମୟୂରଭଞ୍ଜ ଜିଲାରୁ ସର୍ବାଧିକ ୯୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ନୂଆପଡାରୁ ୬୧, ସୁନ୍ଦରଗଡରୁ ୫୩, ଖୋର୍ଦ୍ଧାରୁ ୪୪, ଅନୁଗୋଳରୁ ୪୦, ସମ୍ବଲପୁରରୁ ୩୬, କଟକରୁ ୩୧, ବରଗଡରୁ ୨୫, କେନ୍ଦୁଝରରୁ ୨୫, ପୁରୀରୁ ୨୫, ବାଲେଶ୍ୱରରୁ ୧୯, କଳାହାଣ୍ଡିରୁ ୧୯, ଯାଜପୁରରୁ ୧୭, କେନ୍ଦ୍ରାପଡାରୁ ୧୬, ବଲାଙ୍ଗୀରରୁ ୧୫, ଜଗତସିଂହପୁରରୁ ୧୫, ଗଞ୍ଜାମରୁ ୧୧ , କୋରାପୁଟରୁ ୯, ଝାରସୁଗୁଡାରୁ ୭, ଭଦ୍ରକରୁ ୫, ମାଲକାନଗିରିରୁ ୫, ଢେଙ୍କାନାଳରୁ ୪, ସୋନପୁରରୁ ୪, ଦେବଗଡରୁ ୩, ରାୟଗଡାରୁ ୩, ବୌଦ୍ଧରୁ ୨, ଗଜପତିରୁ ୨, ନବରଙ୍ଗପୁରରୁ ୨, ନୟାଗଡରୁ ୨, କନ୍ଧମାଳରୁ ୧ ଏବଂ ଷ୍ଟେଟପୁଲରୁ ୧୦ ଜଣ ସୁସ୍ଥ ହୋଇଛନ୍ତି।
