ଯଦି ଆପଣ ଶୋଇପାରୁ ନାହାଁନ୍ତି ତେବେ ଏପରି ସମୟରେ କିଛି ଖାଇବା ଉଚିତ୍ କି। ସାଧାରଣତ ଲୋକମାନେ ଜାଣନ୍ତି ଯେ ନଶୋଇପାରିଲେ ଖାଇବା କିମ୍ବା ପିଇବା ଉଚିତ୍ ନୁହେଁ । କଫି, ମଦ୍ୟପାନ, ଚା, ମିଠା ଖାଇବା ଠାରୁ ଦୂରେଇ ରିହନ୍ତୁ । ଶୋଇବା ସମୟକୁ ଗୁରୁତ୍ଵ ଦିଆଯାଉଛି ଶୋଇବା କେବଳ ମସ୍ତିଷ୍କ ପାଇଁ ନୁହେଁ ବରଂ ଏକ ସୁସ୍ଥ ଶରୀର ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହା ମଧ୍ୟ ଆମର ମନୋବଳ ଏବଂ ଏକାଗ୍ରତା ସ୍ତରକୁ ଵଢାଇଵାରେ ସାହାଯ୍ୟ କରେ । ଆଉ ନିଦ କମ୍ ନିଦ ହେତୁ ଆପଣଙ୍କର ଶରୀର ଅସୁସ୍ଥ ହେଇଥାଏ ।
ବିଶେଷଜ୍ଞମାନଙ୍କ କହିଵା ଅନୁସାରେ ଶୋଇବା ପୂର୍ବରୁ କଦଳୀ ଖାଇଲେ ଶୋଇବାରେ ବହୁତ ସାହାଯ୍ୟ କରିଥାଏ କାରଣ ଏଥିରେ ଟ୍ରାଇପଟୋଫାନ୍ ମଧ୍ୟ ରହିଥାଏ । ଟ୍ରିପ୍ଟୋଫାନ୍ ହେଉଛି ଏକ ଆମିନୋ ଏସିଡ୍ ଯାହା ଶରୀରରେ ସେରୋଟୋନିନ୍ ଏବଂ ମେଲାଟୋନିନ୍ ନାମକ ହରମୋନ୍ ଉତ୍ପାଦନ କରିଥାଏ ଯାହା ସହଜରେ ଶୋଇବାରେ ସାହାଯ୍ୟ କରିଥାଏ । ଏଥିରେ ମୁଖ୍ୟ ସମାଧାନ ହେଉଛି ଶୋଇବା ପୂର୍ବରୁ ଇଲେକ୍ଟ୍ରନିକ ଡିଭାଇସ୍ ର ବ୍ୟବହାର ନକରିବା ଉଚିତ ।
ଶୋଇବା ପୂର୍ଵରୁ କିଛି ବାଦାମ ଖାଇଲେ ମଧ୍ୟ ଭଲ ଯାହା ଶୋଇବାରେ ସାହାଯ୍ୟ କରିଥାଏ । ବାଦାମରେ ମ୍ୟାଗ୍ନେସିୟମ୍ ଥାଏ ଯାହା ମାଂସପେଶୀକୁ ଆରାମ ଏବଂ ଶୋଇବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ପ୍ରୋଟିନ୍ ଯୋଗାଏ ଯାହା ଶୋଇବା ସମୟରେ ରକ୍ତର ସ୍ତରକୁ ସ୍ଥିର ରଖିବାରେ ସହାୟକ ହୋଇଥାଏ । କଦଳୀ ଖାଇଲେ ମଧ୍ୟ ଶୋଇଵାରେ ସାହାର୍ଯ୍ୟ କରିଥାଏ ।