ସୋରିଷ ଶାଗରେ କମ୍ କ୍ୟାଲୋରୀ ରହିଥାଏ ଏବଂ ଫାଇବର ଅଧିକ ରହିଥାଏ । ଏଥିରେ ପୋଟାସିୟମ୍,କ୍ୟାଲସିୟମ,ଫାଇବର,ଭିଟାମିନ୍,ମିନେରାଲ,ପ୍ରୋଟିନ ଭଳି ଅନେକ୍ ଗୁଣକାରୀ ତତ୍ୱ ଭରି ରହିଥାଏ ।
-ନିୟମିତ ସୋରିଷ ଶାଗକୁ ନିଜ ଡାଏଟରେ ସାମିଲ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
-ହୃଦୟ ସମ୍ବନ୍ଧୀୟ ସମସ୍ୟା ପାଇଁ , ସୋରିଷ ଶାଗ ଲାଭଦାୟକ ବୋଲି କୁହାଯାଏ ।
-ସୋରିଷ ଶାଗ ନିୟମିତ ସେବନ କରିବା ଦ୍ୱାରା, ଏହା କୋଲେଷ୍ଟ୍ରଲକୁ କମ୍ କରିବାରେ ସହାୟକ ହୋଇଥାଏ ।
-ସୋରିଷ ଶାଗରେ କ୍ୟାଲସିୟମ୍,ପୋଟାସିୟମ୍ ଭରପୁର ମାତ୍ରାରେ ରହିଥାଏ । ଯାହା ହାଡକୁ ମଜ୍ବୁତ୍ କରିବାରେ ସାହାଯ୍ୟ କରେ । ଏହି ସମସ୍ୟାର ସମ୍ମୁଖୀନ କରୁଥିଲେ, ନିଜ ଡାଏଟରେ ସୋରିଷ ଶାଗ ସାମିଲ କରି ପାରିବେ ।
-ଆଖିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ସୋରିଷ ଶାଗ । ଏଥିରେ ଭିଟାମିନ୍’ଏ’ ପ୍ରଚୁର ମାତ୍ରାରେ ମିଳିଥାଏ । ଯାହା ଆଖିକୁ କୌଣସି କ୍ଷତି ପହଞ୍ଚାଇବାକୁ ଦେଇ ନଥାଏ ।