-ଭାଇରାଲ୍ କିମ୍ବା ଇନ୍ଫେକ୍ସନ୍ରୁ ଆକ୍ରାନ୍ତ ହେବାରୁ ନିଜକୁ ରକ୍ଷା କରିବା ପାଇଁ , ପ୍ରତିଦିନ ନିଜ ଖାଦ୍ୟ ତାଲିକାରେ ଭିଟାମିନ୍’ସି’ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ଏହା ସହିତ, ପ୍ରତିଦିନ ତଟକା ଫଳମୂଳ ଓ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ ଖାଇବା ଆବଶ୍ୟକ ।
-କୌଣସି ଦୀର୍ଘକାଳୀନ ରୋଗବେମାରୀରେ ପୀଡିତ ଥିଲେ, ନିୟମିତ ଅନ୍ତରାଳରେ ଡାକ୍ତରଙ୍କ ପରାମର୍ଶ ନେବା ସହିତ, ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ୍ ।
-ଗୋଟିଏ ସ୍ଥାନରେ ବସି ଅଧିକ ସମୟ ଯାଏଁ କାମ କରୁଥିଲେ, କିଛି ସମୟ ବ୍ୟବଧାନରେ ସେହି ସ୍ଥାନରୁ ଉଠି, କିଛି ମସୟ ଚଲାବୁଲା କରିବା ଆବଶ୍ୟକ । ଏହାଦ୍ୱାରା ଅଣ୍ଟା ଏବଂ ଗୋଡ ,ହାତକୁ ଆରାମ୍ ମିଳିଥାଏ ।
-ପ୍ରତିଦିନ ରାତ୍ରି ଭୋଜନ ପରେ,ଦାନ୍ତ ଘଷିବା ଉଚିତ୍ । ଏହା ସହିତ ରାତ୍ରି ଭୋଜନ ପରେ କିଛି ସମୟ ଚଲାବୁଲା କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ ।