ଏହି ଭାଇରାଲ ଛୁଆ ଜଣକ ଚୀନରେ ଜନ୍ମ ହେଇଥିବା ବେଳେ ଚୀନର ହଙ୍ଗଝାଓ ଚିଲଡ୍ରେନ ହସ୍ପିଟାଲରେ ଜନ୍ମଗ୍ରହଣ କରିଛି । ଡାକ୍ତରଙ୍କ କହିବାନୁଯାୟୀ ଏହା ଏକ ଦୁର୍ଲଭ ଘଟଣା ଅଟେ । ଏଭଳି ଘଟଣା ବହୁତ କମ ଦେଖିବାକୁ ମିଳେ । ଏହା କୌଣସି ଖାସ କାରଣରୁ ହେଇଥାଏ । ଯେତେବେଳେ କିଛି ଅଙ୍ଗର ବିକାଶ ଶୀଘ୍ର ହେଇଥାଏ ଏବଂ ବ୍ରେକ ଲାଗି ନଥାଏ ତାହେଲେ ଏଭଳି ସ୍ଥିତି ଉତ୍ପନ୍ନ ହୁଏ । ପ୍ରଥମେ ଡାକ୍ତର ସନ୍ଦେହରେ ଥିଲେ ଏହା ଅଣ୍ଟା ହାଡ ବୋଲି କିନ୍ତୁ ଯେତେବେଳେ ଶରୀରର ଏମଆରଆଇ ସ୍କାନ କରାଗଲା ସେତେବେଳେ ସେମାନେ ନିଶ୍ଚତ ହେଇଗଲେ ଯେ ତାଙ୍କ ସନ୍ଦେହ ଠିକ ଥିଲା ।
ଅଧିକ ପଢନ୍ତୁ ବିଦେଶ ଖବର
ଏହି ମାମଲା ପରେ ଡାକ୍ତର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ଯେଉଁଥରେ କହିଛନ୍ତି କି ନବଜାତ ଶିଶୁ ପିଠିରେ ୪ଇଞ୍ଚର ଲାଙ୍ଗୁଡ ଅଛି । କିନ୍ତୁ ଏହା ଚୀନରେ ପ୍ରଥମ ମାମଲା ନୁହେଁ । ଯଦି ଆମେ ଅତୀତକୁ ଯିବା ତାହେଲେ ୨୦୧୪ ମସିହାରେ ମଧ୍ୟ ଏଭଳି ଘଟଣା ଚୀନରେ ଦେଖିବାକୁ ମିଳିଛି । ଛୁଆଟିକୁ ୫ମାସ ହେବା ପରେ ଛୁଆଟିର ପଛରେ ଲାଙ୍ଗୁଡ ବାହାରି ଆସିଥିଲା । ଏହା ସେତେବେଳେ ସମ୍ଭବ ହେଇଥାଏ ଯେତେବେଳେ ଜନ୍ମ ସମୟରେ ଅଣ୍ଟା ହାଡ ମଧ୍ୟରେ ଖାଲି ସ୍ଥାନ ରହିଯାଇଥାଏ ।