ଗ୍ଳୋବାଲ ଟାଇମ୍ସର ରିପୋର୍ଟ ଅନୁସାରେ ସିଭିୟର ଫିଭର ୱିଥ୍ ଥ୍ରମ୍ବୋସାଇଟୋପେନିଆ ସିଣ୍ଡ୍ରୋମ (ଏସଏଫଟିଏସ୍) ଭାଇରସ୍ ପ୍ରଥମେ ଚଳିତ ବର୍ଷ ଏପ୍ରିଲରେ ଦେଖାଯାଇଥିଲା । ତାପରଠୁ ପୂର୍ବ ଚୀନର ଜିଙ୍ଗସୁର 37 ଲୋକ ଏହି ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ବେଳେ ଅନୁହି ଅଞ୍ଚଳର 23 ଜଣ ଆକ୍ରାନ୍ତ ହୋଇଥିଲେ । 6 ଅଗଷ୍ଟ ସୁଦ୍ଧା ଏହି ଭୂତାଣୁରେ ଆକ୍ରାନ୍ତ ହୋଇ 7 ଜଣଙ୍କ ଜୀବନ ଗଲାଣି ।
ଏସଏଫଟିଏସ୍ ବୁନିୟା ଭାଇରସ୍ ଶ୍ରେଣୀର । ଏହି ଭାଇରସ୍ର ମୁଖ୍ୟ ବାହକ ପଶୁଙ୍କ ଦେହରେ ଲାଗୁଥିବା ଟିଙ୍କ । ଗୋଟିଏ ସଂକ୍ରମିତ ପଶରୁ ଏହି ଭୂତାଣୁ ମଧ୍ୟ ସିଧାସଳଖ ମଣିଷ ଦେହରେ ପ୍ରବେଶ କରିପାରେ । ଏହି ଭୂତାଣୁ ବିଶେଷ କରି ଚୀନ, ଜାପାନ ଓ ସାଉଥକୋରିଆରେ ଦେଖାଯାଆନ୍ତି । ଏହାସହ ଆମେରିକାରେ ବି ଦେଖାଯାଆନ୍ତି ଏସଏଫଟିଏସ୍ ।
ତେବେ ଏହି ଭାଇରସ୍ ସଂକ୍ରମଣ ହେଲେ ପ୍ରବଳ ଜ୍ୱର ହେବ । ଏହାସହ ଥ୍ରମ୍ବୋସାଇଟୋପେନିଆ, ଲିକୋପେନିଆ ଆଦି ଲକ୍ଷ୍ୟଣ ଦେଖାଯିବ । ଯଦି ଅତ୍ୟଧିକ ଜ୍ୱର ହୁଏ ତେବେ ଶରୀର ଭିତରର ଅଙ୍ଗ କାମ କରିବା ବନ୍ଦ କରିଦିଏ ଫଳରେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥାଏ ।
ମେଡିକାଲ ଜର୍ଣ୍ଣାଲ ଦ ଲାନସେଣ୍ଟ ଅନୁଯାୟୀ, ଏହି ରୋଗର ନିର୍ଦ୍ଦିଷ୍ଟ ଚିକତ୍ସା ବାହାରି ପାରିନାହିଁ । ବିଶେଷ କରି ଟିଙ୍କ କାମୁଡ଼ାରୁ ନିଜକୁ ବଞ୍ଚାଇବା ହିଁ ଏକମାତ୍ର ଉପାୟ । ଏହାସହ ଗ୍ରୀଷ୍ମ ଋତୁରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ କୁହାଯାଇଛି ।