ଅନ୍ୟପଟେ କେପି ଓଲି ନେପାଳରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭଗବାନ ରାମଙ୍କ ଜନ୍ମ ନେପାଳରେ ହୋଇଥିଲା ଦାବି କରିବା ସହ ପ୍ରମାଣ ପାଇବାକୁ କାର୍ଯ୍ୟ ଆରମ୍ଭ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କେପି ଓଲି । ନେପାଳ ଏଭଳି କାରନାମା ଆରମ୍ଭ ହେଲା ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ 5ରେ ରାମ ମନ୍ଦିର ପାଇଁ ଭୂମି ପୂଜନ କରି ଶିଳାନ୍ୟାସ କରିଥିଲେ ।
ଗୋଟିଏ ପଟେ ନେପାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି ଗୋଟିଏ ପରେ ଗୋଟିଏ ବିବାଦ ସୃଷ୍ଟି କରିବାରେ ବ୍ୟସ୍ତ । ଏହି ସମୟରେ ନେପାଳବାସୀଙ୍କୁ ବିଶ୍ୱାସ ଦେଉଛନ୍ତି ଯେ ଭଗବାନ ରାମଙ୍କ ଜନ୍ମଭୂମି ମାଦି ନଗର ନିଗମ ଅଞ୍ଚଳର ଅଯୋଧ୍ୟାପୁରୀ ।