ତେଵେ ଇଡି ପକ୍ଷରୁ କୁହାଯାଉଛିକି ଯଦି କେଜ୍ରିୱାଲ ମଧୁମେହ ରୋଗରେ ଆକ୍ରାନ୍ତ ତେଵେ ଆମ୍ବ ଏବଂ ମିଠା ଖାଇଥିଲେ ଏହା ମଧୁମେହ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ।ଯାହା କେଜ୍ରିୱାଲ ଜାଣିଶୁଣି ଏପରି କରୁଛନ୍ତି ।
କିନ୍ତୁ ଆମ୍ ଆଦମୀ ପାର୍ଟିର ସଦସ୍ୟ ମାନେ ତାକୁ ଅସ୍ଵୀକିର କରି କହିଛନ୍ତି କି ଯେ ଜେଲ୍କୁ ଗଲା ଦିନରୁ କେଜ୍ରିୱାଲ୍ ମାତ୍ର ୩ ଥର ଆମ୍ବ ଓ ୬ ଥର ମିଠା ଖାଇଛନ୍ତି। ଡାକ୍ତରୀ ଜାମିନ କରିବା ପାଇଁ କେଜ୍ରିୱାଲ ସୁଗାରରେ ଅଧିକ ଖାଦ୍ୟ ଖାଇଥିଲେ ବୋଲି ଇଡି ଦାବି କରିଛି।
ଅରବିନ୍ଦ କେଜ୍ରିୱାଲଙ୍କ ଇନସୁଲିନ୍
ଆଜିର ଶୁଣାଣିରେ କେଜ୍ରିୱାଲଙ୍କର ଇନସୁଲିନ ଯୋଗାଣକୁ ନେଇ ଜେଲ ଅଧିକାରୀଙ୍କୁ ନିର୍ଦ୍ଦେଶ ମାଗିଥିଲେ ଓ ସ୍ୱାସ୍ଥ୍ୟ ଠିକ ଅଛି କି ନାହିଁ ଜାଣିଵା ଆଵଶ୍ୟକ । ଜମିନ ପାଇବା ପାଇଁ ମୁଁ ମୋର ରକ୍ତରେ ଶର୍କରା ସ୍ତର ବୃଦ୍ଧି କରିବାକୁ ଚାହୁଁଛି ବୋଲି ଇଡି ଦାବି କରିଛି। ଜାମିନ ପାଇବା ପାଇଁ ମୁଁ ନିଜକୁ ବିପଦରେ ପକାଉନାହିଁ । ଗିରଫ ପୂର୍ବରୁ ମୋର ଡାକ୍ତରଙ୍କ ଦ୍ଵରା ପ୍ରସ୍ତୁତ ଡାଏଟ୍ ଚାର୍ଟ ଅନୁଯାୟୀ ମୋର ଯାହା ଖାଦ୍ୟ ଅଛି ଶୁଣାଣି ଆରମ୍ଭରେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଭି କହିଛନ୍ତି